ହାଇଦ୍ରାବାଦ: ଆମେ ଜଣେ ଜଣେ ସାମାଜିକ ପ୍ରାଣୀ । ନିଜର ଅସ୍ତିତ୍ଵ ପଇେଁ ଆମେ ଅନ୍ୟର ସହଯୋଗ ଖୋଜୁ, ଏକାଠି ରହିବାକୁ ପସନ୍ଦ କରୁ । କାହିଁ କେଉଁ କାଳରୁ ଆମେ ବଡ଼ ହେଉ ବା ଛୋଟ ଗୋଷ୍ଠୀରେ ରହି ଆସିଛୁ । କିନ୍ତୁ ସମୟ ବଦଳିଛି । ଆମକୁ ବି ବଦଳିବାକୁ ବାଧ୍ୟ କରିଛି । କାରଣ ଯେଉଁ ଲୋକ ସହ ଆପଣ ଏକାଠି ରହୁଥିଲେ, ଯେଉଁ ଗୋଷ୍ଠୀ, ପଡ଼ୋଶୀ ବା ସମ୍ପ୍ରଦାୟ ସେ ବି ଆମ ବିଲୟର କାରଣ ହୋଇପାରେ । ଏହି ନୂଆ କୋରୋନା ଭାଇରସ୍ ସଂକ୍ରମଣରେ ଏହା ସ୍ପଷ୍ଟ ହୋଇଛି । ଏହା ଆମକୁ ବାସ୍ତବତା ଦେଖାଇଛି ଯେ ମଣିଷର ଶକ୍ତି ଯାହାକୁ ନେଇ ସେ ପ୍ରକୃତିକୁ ନିୟନ୍ତ୍ରଣ କରୁଛି ବୋଲି ଗର୍ବ କରୁଥିଲା ତାହା ତୁଚ୍ଛ । ଯଦି ପ୍ରକୃତି ମା’ ଚାହେଁ ତବେ ତା’ ଆଗରେ ତୁମେ ଆଣ୍ଠେଇବାକୁ ବାଧ୍ୟ ।
ଆମେ ଆମର ସାମାଜିକ ବନ୍ଧନ, ଗୋଷ୍ଠୀ ଏକତା ପାଇଁ ସବୁବେଳେ ଗର୍ବ କରୁ । ଆମ ଭିତରେ ଯେଉଁ ଭାଇଚାରା ସୃଷ୍ଟି ହୋଇଛି ତାହାକୁ ଆମେ ସବୁଠାରୁ ବଡ଼ ଶକ୍ତି ଭାବେ ଅଭିହିତ କରୁ । କିନ୍ତୁ କୋଭିଡ୍୧୯ ତାହାକୁ ବି ଆମଠୁ ଅପହରଣ କରିନେଇଛି । ଯେତେବେଳେ କୋରୋନା ଭାଇରସ୍ର ସଂକ୍ରମଣକୁ ରୋକିବା ଲାଗି ସାରା ବିଶ୍ଵ ତାଲାବନ୍ଦୀ ଏବଂ ସାମାଜିକ ଦୂରତ୍ଵ ରକ୍ଷାକୁ ଗୁରୁତ୍ଵ ଦେଉଛି ସେଠି ଆମେ ଆମ ଭାଇଚାରା ଓ ସମ୍ପର୍କକୁ ରକ୍ଷା କରିବାକୁ ଯାଇ ଆମେ ଭର୍ଚୁଆଲ୍ ବିଶ୍ଵକୁ ଆପଣାଇଛୁ । ଯହେତୁ ପରସ୍ପର ଭିତରେ ଆମେମାନେ ମୂହାଁମୁହିଁ କଥା ହୋଇପାରୁ ନାହୁଁ ସେଥିଲାଗି ସୋଶାଲ୍ ମିଡିଆକୁ ବେଶ୍ ଆଗ୍ରହର ସହ ଆପଣାଇଛୁ । ଅର୍ଥାତ୍ ଲୋକଙ୍କ ସହ ଲୋକଙ୍କ ସମ୍ପର୍କ ସ୍ଥାପରେ ସୋଶାଲ୍ ମିଡିଆ ଏକ ମାଧ୍ୟମ ହୋଇପାରିଛି ।
ଖାଲି ସେତିକି ନୁହେଁ ଏହି ମାଧ୍ୟମ ଦ୍ଵାରା ବଡ଼ ବଡ଼ ସଂସ୍ଥା ମାନବ ସମାଜକୁ ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ବି ବ୍ୟବହାର କରୁଛନ୍ତି । ବିଶେଷକରି ଜରୁରୀକାଳୀନ ସ୍ଥିତିରେ ଏହି ସୋଶାଲ୍ ମିଡିଆର ତଥ୍ୟ ଦ୍ଵାରା ଲୋକଙ୍କ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଏହା ସତ୍ୟ ଯେ, ଯେତେବେଳେ ସୂଚନା ପାଇବାର ଅନେକ ଅଙ୍ଗ ବନ୍ଦ ହୋଇଯାଏ ସେତେବେଳେ ଏହି ମାଧ୍ୟମ ଆମ ପାଇଁ ଆଶୀର୍ବାଦ ଭଳି କାର୍ଯ୍ୟ କରେ । କିନ୍ତୁ କିଛି ଖଳ ପ୍ରକୃତିର ଲୋକଙ୍କ ଦ୍ଵାରା ଏହି ମିଡିଆରେ ମିଛ, ଭୁଲ୍ ଏବଂ ବିଭ୍ରାନ୍ତକାରୀ ତଥ୍ୟ ପ୍ରସାର କରାଯିବା ଦ୍ଵାରା ଏହି ମିଡିଆ ଆମ ପାଇଁ ଅଭିଶାପ ବି ପାଲଟିଯାଇଥାଏ । ଏହା ନିଶ୍ଚିତଭାବେ ଏକ ଉଦ୍ବେଗର ବିଷୟ ।
ଆଉ କୋଭିଡ୍୧୯ କ୍ଷେତ୍ରରେ ଯେଉଁ ପ୍ରକାର ସୂଚନା, ମିଛ ସୂଚନା ଏବଂ ଅପପ୍ରଚାର ସବୁ ମାଡ଼ି ଚାଲିଛି ତାହାକୁ ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ଏକ ସୂଚନା ମହାମାରୀ ବୋଲି ଅଭିହିତ କରିଛନ୍ତି । ପୁଣି ଏହି ମହାମାରୀ ଆଗକୁ ବିଭିନ୍ନ ରାଷ୍ଟ୍ରର ସରକାରମାନେ କୋଭିଡ୍୧୯ର ମୁକାବିଲା ପାଇଁ ରାତିଦିନ ଏକ କରିଛନ୍ତି ତାହାଙ୍କୁ ଏହା ପ୍ରଭାବିତ କରିପାରେ । ଯଦିଓ ସୋଶାଲ୍ ମିଡିଆ ଦ୍ଵାରା ପ୍ରସାରିତ ମିଛ ଖବର, ଗୁଜବକୁ ରୋକିବାରେ ସମ୍ପୃକ୍ତ କମ୍ପାନୀମାନେ ବିଫଳ ହେଉଛନ୍ତି ଏବଂ ଏଥିଲାଗି ସେମାନେ ସମାଲୋଚିତ ହେଉଛନ୍ତି କିନ୍ତୁ ଏ କ୍ଷେତ୍ରରେ ଭୁଲ୍ ସୂଚନା ହେତୁ ଆମେ ଭୋଗିବାକୁ ଥିବା ସମସ୍ୟା ପାଇଁ ଆଉ ଏକ ମହଲତ ଆମକୁ ଦେବ ନାହିଁ । ଏଣୁ ଏହି ମହାମାରୀ ସୋଶାଲ୍ ମିଡିଆ ସଂସ୍ଥା ଆଗରେ ଏକ ଆହ୍ବାନ ହୋଇ ଠିଆ ହୋଇଛି ।
ପୂର୍ବରୁ ହୋଇଥିବା ସବୁ ଭୁଲ୍କୁ ସୁଧରି ଏବେ ପଦକ୍ଷେପ ନେବା ସମୟ ଆସିଛି । କେମ୍ବ୍ରିଜ୍ ଆନାଲିଟିକା ଭୁଲ୍ ସୂଚନା ପ୍ରଦାନ ସ୍କାମ୍ ଜଣାପଡ଼ିବା ପରେ ସୋଶାଲ୍ ମିଡିଆ ଉପରୁ ଲକ୍ଷ ଲକ୍ଷ ଲୋକଙ୍କ ଆସ୍ଥା ତୁଟିଛି । ଏଣୁ ମହାମାରୀ ଯବେଠାରୁ ବ୍ୟାପିଛି ସବେଠାରୁ ଫେସ୍ବୁଲ୍ ପରିସ୍ଥିତି ଉପରେ ନଜର ରଖିଛି । କୌଣସି ଭାବେ ଯେପରି ଭୁଲ୍ ସୂଚନା ପ୍ରସାରିତ ନହୁଏ ସେଥିଲାଗି ଧ୍ୟାନ ଦିଆଯାଇଛି । ଟ୍ବିଟର ଓ ୟୁଟ୍ୟୁବ୍ ମଧ୍ୟ ଏକ୍ଷେତ୍ରରେ ଅନେକ ପଦକ୍ଷେପ ନେଇଛନ୍ତି କିନ୍ତୁ ଏ କ୍ଷେତ୍ରରେ ଅନେକ ପଦକ୍ଷେପ ନେବା ବାକି ଅଛି ।
ସୂଚନା ପ୍ରବାହର ପରିଚାଳନା
ସୋଶାଲ୍ ମିଡିଆ କମ୍ପାନୀମାନେ ତାଙ୍କ ପ୍ଲାଟଫର୍ମରେ କୌଣସି କଣ୍ଟେଣ୍ଟକୁ ପ୍ରୋତ୍ସାହନ ଦେଇପାରିବେ, ତାହାକୁ ହତୋତ୍ସାହିତ କରିପାରିବେ ଅଥବା ସିଧା ସଳଖ ଭାବେ ତାହାକୁ ବନ୍ଦ କରିପାରିବେ । ଫେସ୍ବୁକ୍ର ସର୍ବେକ୍ଷଣ ଅନୁସାରେ ଯେତିକି ପୋଷ୍ଟ ଜଣଙ୍କ ପାଖରେ ପହଞ୍ଚେ ତାହାର ୧୦ ପ୍ରତିଶତ ମତ୍ର ସେହି ୟୁଜର ଦେଖିଥାଆନ୍ତି । ପୁଣି ସମ୍ପୃକ୍ତ ପ୍ଲାଟଫର୍ମ ସେହି ୟୁଜର କଣ ଦେଖିବ ସେହି ଅନୁସାରେ କଣ୍ଟେଣ୍ଟ ନିର୍ଦ୍ଧାରଣ କରି ତାହାକୁ ପୁଣି ଥରେ ସଜାଇଥାଏ । ଏହା ସୂଚାଉଛି ଯେ, କୌଣସି ପୋଷ୍ଟକୁ ସିଧା ସଳଖ ବାଜ୍ୟାପ୍ତ କରିବା ଅପେକ୍ଷା ତାହାକୁ ପ୍ରମୋଟ୍ ବା ଡିମୋଟ୍ କରିବା ଅଧିକ ଭଲ ହୋଇଥାଏ । କାହାର ପୋଷ୍ଟକୁ ବ୍ଲକ୍ କରିବା କଷ୍ଟକର ହୋଇଥାଏ କାରଣ ତାହା ସମ୍ପୃକ୍ତ ବ୍ୟକ୍ତିର କଥା କହିବାର ଅଧିକାରକୁ କ୍ଷୁର୍ଣ୍ଣ କରିଥାଏ ।
ଫେସ୍ବୁକ୍ ଭଳି କମ୍ପାନୀ ତୃତୀୟ ପକ୍ଷ ଫ୍ୟାକ୍ଟଚେକ୍ର ନିଯୁକ୍ତ କରି ପୋଷ୍ଟଗୁଡ଼ିକର ପରୀକ୍ଷା କରିଥାଆନ୍ତି । ଯେଉଁ ତଥା ସମ୍ପୃକ୍ତ ପୋଷ୍ଟରେ ଥାଏ ତାହା ଯଦି ସ୍ଵାସ୍ଥ୍ୟ ଅଧିକାରୀମାନେ ଭାବନ୍ତି ଯେ ତାହା ସମସ୍ୟା ଭିତ୍ତିକ କଣ୍ଟେଣ୍ଟ ତବେ ତାହା ଏହି ଫ୍ୟାକ୍ଟ ଚେକ୍ ଟେଷ୍ଟରେ ବିଫଳ ହୁଏ ଏବଂ ତାହା ପ୍ରକାଶ ପାଇପାରେ ନାହିଁ । ଏହା ମଧ୍ୟ ଯେଉଁ ହାଶ୍ଟ୍ୟାଗ୍ ଭୁଲ୍ ତଥ୍ୟ ପ୍ରସାର କରୁଛି ତାହାକୁ ବନ୍ଦ କରିପାରେ ବା ନିୟନ୍ତ୍ରଣ କରିପାରେ । ଏହା ଫେସ୍ବୁକ୍ର ଆଉ ଏକ ସଂସ୍ଥା ଇନ୍ଷ୍ଟାଗ୍ରାମ୍ ପାଇଁ ମଧ୍ୟ ଲାଗୁ ହୋଇଥାଏ । ଟ୍ବିଟର ଏବଂ ୟୁଟ୍ୟୁବ୍ କିନ୍ତୁ ଏହି କ୍ଷେତ୍ରରେ ସେତିକି ତତ୍ପର ନୁହନ୍ତି । ଟ୍ବିଟର ଅନୁସାରେ ଏହି ପ୍ଲାଟ୍ଫର୍ମ ଖରାପ ବା ଉଦ୍ଦେଶ୍ୟ ପ୍ରଣୋଦିତ ବ୍ୟବହାର ବିରୁଦ୍ଧରେ ୟୁଜରଙ୍କୁ ରକ୍ଷା କରୁଛି । ଟ୍ବିଟରର ଆସ୍ଥା ଓ ନିରାପତ୍ତା ଉପାଧ୍ୟକ୍ଷ ଡେଲ୍ ହାର୍ବିଙ୍କ କହିବା ଅନୁସାରେ ଯେଉଁ କଣ୍ଟେଣ୍ଟ ଭୁଲ୍ ସୂଚନା ପ୍ରଦାନ କରୁଛି ତାହାକୁ ଆମେ ତୁରନ୍ତ ହଟାଇ ଦେଇଥାଉ । ୟୁଟ୍ୟୁବ୍ ମଧ୍ୟ ଏହିପରି ସଂକ୍ରମିତ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଉଛି ।
କିନ୍ତୁ ଏ ଦୁଇଟି କମ୍ପାନୀ ଭିତରୁ କୌଣସିଟି କମ୍ପାନୀର ଏକ ଶକ୍ତ ଫ୍ୟାକ୍ଟ ଚେକିଂ ନୀତି ନାହିଁ । ଅର୍ଥାତ୍ କେଉଁ କେଣ୍ଟଣ୍ଟକୁ ବ୍ଲକ୍ କରାଯିବ ସେଥିଲାଗି କୌଣସି ସ୍ଵଚ୍ଛ ନୀତି ପ୍ରଣୟନ ହୋଇ ନାହିଁ । ଯଦିଓ ଏହି ତିନୋଟି ଯାକ ପ୍ଲାଟଫର୍ମ ସମସ୍ୟା ସୃଷ୍ଟିକାରୀ କଣ୍ଟେଣ୍ଟ କୁ ହତୋତ୍ସାହିତ କରନ୍ତି ଏବଂ ଯେଉଁ କଣ୍ଟେଣ୍ଟଗୁଡ଼ିକ ନିର୍ଭରଯୋଗ୍ୟ ସୂତ୍ରରୁ ଆସିଛି ତାହାକୁ ପ୍ରମୋଟ୍ କରନ୍ତି ତଥାପି ଏକ ନିର୍ଦିଷ୍ଟ ଫ୍ୟାକ୍ଟ ଚେକ୍ ନୀତିର ଅଭାବ ହେତୁ ଏକ ଶୂନ୍ୟସ୍ଥାନକୁ ପ୍ରଶ୍ରୟ ଦେଇଥାଏ । ଯେଉଁଠାରେ ଭୁଲ୍ ବା ମିଛ ତଥ୍ୟ ପ୍ରବେଶ କରିବାର ଆଶଙ୍କା ରହିଛି । ବିଶେଷକରି ଟ୍ବିଟରରେ ଏହା ଗ୍ରହଣୀୟ ।