ଜୟପୁର: ଦେଶରେ ଦିନକୁ ଦିନ କୋରୋନା ଭାଇରସ ସଂକ୍ରମଣର ମାମଲା ବୃଦ୍ଧି ପାଇବାରେ ଲାଗିଛି । କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ଓ ସାମାଜିକ ଦୂରତାକୁ ମୁଖ୍ୟ ଅସ୍ତ୍ର ଭାବେ ଦେଖାଯାଉଛି । ଏନେଇ ଉଭୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ହେଲେ ସରକାଙ୍କର ଏତେ ସଚେତନତା ପରେ ମଧ୍ୟ ଲୋକେ ସୁଧୁରିବାର ନାଁ ଧରୁ ନାହାନ୍ତି । ଲୋକେ ବାରମ୍ବାର ଲକଡାଉନ ନିୟମର ଉଲଙ୍ଘନ କରି ଏକତ୍ରିତ ହେଉଥିବା ଦେଖିବାକୁ ମିଳୁଛି । ଯାହାର ଏକ ଜ୍ବଳନ୍ତ ଉଦାହରଣ ରାଜସ୍ଥାନର କରୌଲୀ ଜିଲ୍ଲାରେ ଦେଖିବାକୁ ମିଳିଛି ।
ଲକଡାଉନ ନିୟମକୁ ବେଖାତିର, ପଞ୍ଚାୟତ ବୈଠକରେ ଏକତ୍ରିତ ହେଲେ ଶହ ଶହ ଲୋକ - Social distancing
ରାଜସ୍ଥାନର କରୌଲୀ ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ପଞ୍ଚାୟତ ବୈଠକ ବସିଥିଲା । ଏହି ବୈଠକରେ ଶହ ଶହ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ ସାମାଜିକ ଦୂରତ୍ବକୁ ପାଳନ କରିନଥିଲେ । ଅଧିକ ପଢ଼ନ୍ତୁ...
ଲକଡାଉନ ନିୟମକୁ ବେଖାତିର
ସୂଚନା ମୁତାବକ, କରୌଲୀ ଜିଲ୍ଲାର ଏକ ଗ୍ରାମରେ ଶୁକ୍ରବାର ପଞ୍ଚାୟତ ବୈଠକ ବସିଥିଲା । ଏହି ବୈଠକରେ ଶହ ଶହ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସେମାନେ ସାମାଜିକ ଦୂରତ୍ବକୁ ପାଳନ କରିନଥିଲେ । ଏପରିକି ଅଧିକାଂଶ ବ୍ୟକ୍ତି ମାସ୍କ ମଧ୍ୟ ପିନ୍ଧିନଥିବା ଦେଖିବାକୁ ମିଳିଥିଲା ।
ସୌଜନ୍ୟ@ANI