ଓଡିଶା

odisha

ETV Bharat / bharat

ହିମାଚଳରେ ତୁଷାରପାତ: ସୌନ୍ଦର୍ଯ୍ୟ ସହ ବଢୁଛି ସମସ୍ୟା

ଶୀତ ଦିନ ଆରମ୍ଭରୁ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ତୁଷାରପାତ ଆରମ୍ଭ ହୋଇଛି । ଫଳରେ ରାଜ୍ୟର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇଯାଇଛି । ସେପଟେ ତୁଷାରପାତ କାରଣରୁ ରାଜ୍ୟରେ ଥଣ୍ଡା ମଧ୍ୟ ପ୍ରବଳ ମାତ୍ରାରେ ଅନୁଭୁତ ହେଉଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 7, 2019, 11:08 PM IST

ସିମଲା: ଶୀତର ଆଗମନରେ ପାହାଡ଼ି ରାଜ୍ୟ ହିମାଚଳରେ ବିଭିନ୍ନ ସ୍ଥାନରେ ତୁଷାରପାତ ଆରମ୍ଭ ହୋଇ ଗଲାଣି । ରାଜ୍ୟର ଜନଜାତି ଜିଲ୍ଲା କିନ୍ନୋର, ରକଛମ, ହାଙ୍ଗୋ, ନାକୋ, ଚୁଲିଂଗ, କଳ୍ପା, ଚୁଗଲିଙ୍ଗ, ଭାଓ୍ବାବେଲୀ, ସାଙ୍ଗଲା ବେଲୀ, ରୋପା ବେଲୀ, ଆସରନଗ, ଲିପ୍ପା ପ୍ରଭୃତି ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ଜଣାପଡ଼ିଛି ।

ସେପଟେ ତୁଷାରପାତ କାରଣରୁ ତାପମାତ୍ରା ମଧ୍ୟ ଖସିଆସିଛି । ଫଳରେ ଅନେକ ସ୍ଥାନରେ ବରଫ ଜମି ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ସହରରେ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭୂତ ହେଉଥିବା କାରଣରୁ ସାଧାରଣ ଜୀବନଯାପନ ମଧ୍ୟ ପ୍ରଭାବିତ ହୋଇଛି ।

ଏହି ତୁଷାରପାତ କାରଣରୁ ରାଜ୍ୟର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଛି । ଏନେଇ କିନୌରର ଉପଜିଲ୍ଲାପାଳ ଅଓ୍ବନିନ୍ଦର ଶର୍ମା କହିଛନ୍ତି, ଏଭଳି ପରିସ୍ଥିତିରେ ଲୋକମାନେ ଘରୁ ନବାହାରିବା ପାଇଁ ସୂଚନା ଦିଆଯାଇଛି । ଏଭଳି ପରିସ୍ଥିତିରେ ରାସ୍ତାରେ ବରଫମାନ ଜମି ରହିଛି । ଏଭଳି ସ୍ଥିତିରେ ଯିବା ଆସିବା କଲେ ଗାଡ଼ି ଗୁଡ଼ିକ ଖସି ଯାଇ ଦୁର୍ଘଟଣାର ସମ୍ମୁଖିନ ହେବାର ସମ୍ଭାବନା ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details