କୋଲକାତା: ପଶ୍ଚିମବଙ୍ଗର ଉତ୍ତର 24 ପରଗଣାରେ ପଶି ବାଙ୍ଗଲାଦେଶର କିଛି ଅନୁପ୍ରବେଶକାରୀ ପଶୁ ଚାଲାଣ କରିବାକୁ ପ୍ରୟାସ କରୁଛନ୍ତି । ବିଏସଏଫଙ୍କ ସତର୍କତା ଯୋଗୁଁ ସେମାନେ ଚାଲାଣ କରିବାକୁ ଅସମର୍ଥ ହେବାରୁ ବିଏସଏଫ ଯବାନଙ୍କ ସହ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଜଣେ ଯବାନ ଆହତ ହୋଇଛନ୍ତି ।
ଅନୁପ୍ରବେଶକାରୀ-ବିଏସଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ, ଯବାନ ଆହତ
ପଶ୍ଚିମବଙ୍ଗର ଉତ୍ତର 24 ପରଗଣାରେ ଅନୁପ୍ରବେଶକାରୀ ପଶୁ ଚାଲାଣ ପାଇଁ କରୁଛନ୍ତି ପ୍ରୟାସ । ଅନୁପ୍ରବେଶକାରୀ-ବିଏସଏଫ ଯବାନ ମଧ୍ୟରେ ସଂଘର୍ଷ । ଜଣେ ଯବାନ ଆହତ ।
ଏ ଘଟଣା ସମ୍ପର୍କରେ ବିଏସଏଫ ତରଫରୁ ଟ୍ବିଟ କରାଯାଇ ବାଙ୍ଗାଲାଦେଶୀ ଅନୁପ୍ରବେଶକାରୀଙ୍କ ଏଭଳି କାରନାମା ସମ୍ପର୍କରେ ସୂଚନା ଦିଆଯାଇଛି । ବିଏସଏଫଙ୍କ ଟ୍ବିଟର ସୂଚନା ଅନୁସାରେ 10 ଏବଂ 11 ଜୁଲାଇ ରାତିରେ ବାଙ୍ଗାଲଦେଶର ପ୍ରାୟ 25 ଜଣ ଅନୁପ୍ରେବଶେକାରୀ ଉତ୍ତର 24 ପରଗଣାର ସୀମାରେ ବେଆଇନ ଭାବେ ପ୍ରବେଶ କରିଥିଲେ । ସେମାନେ ସେହି ରାସ୍ତାରୁ 10 ରୁ 15 ପଶୁଙ୍କୁ ଚୋରି କରି ନେବାକୁ ଉଦ୍ୟମ କରୁଥିଲେ । ସେଠାରେ ମୁତୟନ ଥିବା ବିଏସଏଫ ଯବାନ ସେମାନଙ୍କ କାମକୁ ଭଣ୍ଡୁର କରିଦେଲେ ।
ତେବେ ଏଠାରେ ଏକ ସଂଘର୍ଷ ମଧ୍ୟ ହୋଇଥିଲା । ଅନୁପ୍ରବେଶକାରୀ ଯବାନଙ୍କ ଉପରେ ଦେଶୀ ବୋମା ଆକ୍ରମଣ କରିଥିଲେ । ଘଟଣାରେ କନେଷ୍ଟବଳ ରେହମାନ ଅଳ୍ପକେ ବର୍ତ୍ତିଯାଇଥିଲେ । ତଥାପି ରେହମାନ ହାର ମାନିନଥିଲେ । ସେ ଅନବରତ ସେମାନଙ୍କ ଉପରେ ଗୁଳି ଚାଳନା କଲେ । ଅନୁପ୍ରବେଶକାରୀ ପୁଣି ରେହମାନଙ୍କ ଉପରେ ବୋମା ବିସ୍ଫୋରଣ କରିବା ଫଳରେ ରେହମାନ ଗୁରୁତର ହୋଇଛନ୍ତି । ସେପଟେ ଅନୁପ୍ରବେଶକାରୀ ଫେରାର ହେବାରେ ସଫଳ ହୋଇଛନ୍ତି ।