ଓଡିଶା

odisha

ETV Bharat / bharat

ଆର୍ଶୀବାଦ ନେବାକୁ ଶ୍ରୀନାଥଜୀ ମନ୍ଦିରରେ ସ୍ମୃତି ଇରାନୀ

ଶନିବାର ଭଗବାନ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ନେବାକୁ ଶ୍ରୀନାଥଜୀ ମନ୍ଦିର ପହଁଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

By

Published : Jun 2, 2019, 1:42 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଶ୍ରୀନାଥଜୀ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଶନିବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ମନ୍ତ୍ରୀମାନଙ୍କ ପାଇଁ ଭଗବାନ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ନେବାପାଇଁ ଶ୍ରାନାଥଜୀ ମନ୍ଦିର ପହଁଞ୍ଚିଥିଲେ ।

ତେବେ ଦେଶର ଜନସାଧାରଣଙ୍କ ପାଇଁ ସେବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମସ୍ତ ମନ୍ତ୍ରୀ ପରିଷଦ ଓ ନିଜ ପାଇଁ ଠାକୁରଙ୍କୁ ଜଣାଇବା ସହ ଆର୍ଶୀବାଦ ନେବାକୁ ମନ୍ଦିର ଆସିଥିବା ସେ କହିଛନ୍ତି। ଯେପରି ଆମେ ସମସ୍ତେ ନିଷ୍ଠା ଏବଂ ସ୍ବଚ୍ଛତାର ସହ ଦେଶର ପୁନଃନିର୍ମାଣ କାମ ଆରମ୍ଭ କରିବୁ । ଏହାସହ ପୂର୍ବରୁ ସେ କହିଛନ୍ତି କି, ଆଜି ସେ ଯାହା କିଛି ପାଇଛନ୍ତି ଓ ଯେଉଁ ସ୍ଥାନରେ ଅଛନ୍ତି କେବଳ ଭଗବାନଙ୍କ କୃପାରୁ ।

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀମଣ୍ଡଳ2.0ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ବୟନଶିଳ୍ପ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଦିଆଯାଇଛି । ତେବେ ସେ ଗତ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀମଣ୍ଡଳଙ୍କ ଉପସ୍ଥିତିରେ ଶପଥ ପାଠ କରିଛନ୍ତି ।

ABOUT THE AUTHOR

...view details