ଓଡିଶା

odisha

ETV Bharat / bharat

14 କିମି ଚାଲିଚାଲି ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି ଇରାନୀ

ଆମେଥିରେ ବିଜୟ ହାସଲ ପରେ ଖାଲି ପାଦରେ 14 କିଲୋମିଟର ଚାଲିଚାଲି ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି ।

ଫାଇଲ ଫଟୋ

By

Published : May 28, 2019, 6:56 PM IST

ମୁମ୍ବାଇ: ଲୋକସଭା ନିର୍ବାଚନରେ ଆମେଥି ଲୋକସଭା ଆସନରୁ ଐତିହାସିକ ଜିତ ହାସଲ କରିଛନ୍ତି ସ୍ମୃତି ଇରାନୀ । ତେବେ ଏତେବଡ ବିଜୟ ହାସଲ କରିବାପରେ ମଙ୍ଗଳବାର ସ୍ମୃତି 14 କିଲୋମିଟର ଖାଲି ପାଦରେ ଚାଲିଚାଲି ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପ୍ରଭୁ ଗଜାନନଙ୍କର ଆଶୀର୍ବାଦ ନେଇଥିଲେ । ତେବେ ସ୍ମୃତିଙ୍କ ସହ ଏହି ଯାତ୍ରାରେ ଫିଲ୍ମ ନିର୍ମାତା ଏକତା କପୁର ସାମିଲ ଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇଷ୍ଟାଗ୍ରାମ,ଏକତା କପୁର

ତେବେ ମନ୍ଦିରରେ ଦର୍ଶନ ପୂର୍ବରୁ ଏକତା ସ୍ମୃତି ଇରାନୀଙ୍କ ସହ ସେଲଫି ନେଇ ତାଙ୍କ ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ଯେ, 14 କିଲୋମିଟର ଚାଲିବାପରେ ମଧ୍ୟ ସ୍ମୃତି ସତେଜ ଦେଖାଯାଉଛନ୍ତି । ସ୍ମୃତି ଏହି ପୋଷ୍ଟର ପ୍ରତ୍ୟୁତ୍ତର ଦେଇ କହିଛନ୍ତି ଯେ, ଏହା 'ଭଗବାନଙ୍କର ଇଚ୍ଛା ଥିଲା, ଭଗବାନ ଦୟାଳୁ ଅଟନ୍ତି' । ସ୍ମୃତିଙ୍କ କମେଣ୍ଟର ପ୍ରତ୍ୟୁତ୍ତର ଦେଇ ଏକତା ଲେଖିଛନ୍ତି, ସ୍ମୃତି ତୁମେ ଖାଲି ପାଦରେ ଏତେ ଦୂର ଚାଲିଚାଲି ଗଲ । ଏହା ତୁମର ଦୃଢ ଇଚ୍ଛାକୁ ଦର୍ଶାଉଛି ।

ଏକତା ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କହିଛନ୍ତି, ବିନା ଚପଲରେ ଖାଲି ପାଦରେ 14 କିମି ପର୍ଯ୍ୟନ୍ତ ଚାଲିଚାଲି ଗଲ ମୋର ବିଶ୍ବାସ ହେଉନାହିଁ । ତେବେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଟିଭି ସିରିଆଲ 'କ୍ୟୁଁ କି ଶାଶ ଭି କଭି ବୋହୁ ଥି' ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିବା ସ୍ମୃତି ଇରାନୀଙ୍କ ଶୋ'ର ପ୍ରଡ୍ୟୁସର ଏକତା କପୁର ଥିଲେ ।

ଇରାନୀ ରାହୁଲ ଗାନ୍ଧିଙ୍କ ଗଡ ଆମେଥିରେ ପ୍ରାୟ 55 ହଜାରରୁ ଊର୍ଦ୍ଧ୍ବ ଭୋଟରେ ରାହୁଲଙ୍କୁ ହରାଇ ଐତିହାସିକ ଜିତ ହାସଲ କରିଛନ୍ତି । ତେବେ ଏହା ପୂର୍ବରୁ 1977 ମସିହାରେ ସଞ୍ଜୟ ଗାନ୍ଧୀ ମଧ୍ୟ ଏହି ଲୋକସଭା ଆସନରେ ପରାସ୍ତ ହୋଇଥିଲେ ।

ABOUT THE AUTHOR

...view details