ଓଡିଶା

odisha

ETV Bharat / bharat

ସଂଘର୍ଷର ଅନ୍ୟ ନାମ ସ୍ମୃତି, ପ୍ରସବର ଦୁଇ ଦିନ ପରେ କାର୍ଯ୍ୟରେ ଦେଇଥିଲେ ଯୋଗ

ସଘର୍ଷର ଅନ୍ୟନାମ ସ୍ମୃତି ଇରାନୀ ବୋଲି ଚର୍ଚ୍ଚା ହୁଏ । ଟିଭି କ୍ୟାରିୟରରେ ମଧ୍ୟ ତାଙ୍କ ସଘର୍ଷକୁ ସମସ୍ତେ ଖୁବ ପ୍ରଶଂସା କରନ୍ତି । ପ୍ରଥମଥର ଆମେଠିରୁ ନିର୍ବାଚନ ହାରିବା ପରେ ମଧ୍ୟ ସ୍ମୃତି ହାର ମାନି ନଥିଲେ । ଆଉ ସେ ଦ୍ବିତୀୟଥର ପାଇଁ ଆମେଠି ଆସନରୁ ଛିଡା ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । ତାଙ୍କ ସହ କିଛି ଜଡିତ କିଛି ଖାସ କଥା ସମ୍ପର୍କରେ ଜାଣନ୍ତୁ...

By

Published : May 24, 2019, 3:17 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଇତିହାସ ରଚିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଗାନ୍ଧି ପରିବାରର ଗଡ କୁହାଯାଉଥିବା ଉତ୍ତରପ୍ରଦେଶ ଆମେଠି ଲୋକସଭା ଆସନକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଠାରୁ ଛଡାଇ ନେଇଛନ୍ତି ସ୍ମୃତି । ତାଙ୍କର ଏହି ବିଜୟ ପରେ ସ୍ମୃତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି ।

ତେବେ ସଘର୍ଷର ଅନ୍ୟନାମ ସ୍ମୃତି ଇରାନୀ ବୋଲି ଚର୍ଚ୍ଚା ହୁଏ । ଟିଭି କ୍ୟାରିୟରରେ ମଧ୍ୟ ତାଙ୍କ ସଘର୍ଷକୁ ସମସ୍ତେ ଖୁବ ପ୍ରଶଂସା କରନ୍ତି । ପ୍ରଥମଥର ଆମେଠିରୁ ନିର୍ବାଚନ ହାରିବା ପରେ ମଧ୍ୟ ସ୍ମୃତି ହାର ମାନି ନଥିଲେ । ଆଉ ସେ ଦ୍ବିତୀୟଥର ପାଇଁ ଆମେଠି ଆସନରୁ ଛିଡା ହୋଇ ବିଜୟ ମୁକୁଟ ପିନ୍ଧିଛନ୍ତି । ତାଙ୍କ ସହ ଜଡିତ କିଛି ଖାସ କଥା ସମ୍ପର୍କରେ ଜାଣନ୍ତୁ...

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜନ୍ମ 23 ମାର୍ଚ୍ଚ 1976 ମସିହାରେ ମଧ୍ୟମ ପରିବାରରେ ହୋଇଥିଲା । ସେ ତିନି ଭଉଣୀଙ୍କ ମଧ୍ୟରେ ସବୁଠୁ ବଡ। 2001ରେ ଜୁବିନ ଇରାନୀଙ୍କୁ ବିବାହ କରିଥିଲେ । ଜୁବିନଙ୍କ ପାଇଁ ଏହା ଦ୍ବିତୀୟ ବିବାହ ଥିଲା । ସେମାନଙ୍କ ଗୋଟିଏ ପୁଅ ଜୋହନ ଓ ଝିଅ ଜୋଇଶ ରହିଛି ।

ସ୍ମୃତି ଯେତେବେଳେ ନିଜ କ୍ୟାରିୟରକୁ ନେଇ ସଂଘର୍ଷ କରୁଥିଲେ । ସେତେବେଳେ ତାଙ୍କର ଫରାସୀ ବ୍ୟବସାୟୀ ଜୁବିନ ଇରାନିଙ୍କ ସହ ବନ୍ଧୁତ୍ବ ହୋଇଥିଲା ।

1998 ମସିହାରେ ସ୍ମୃତି ମିସ ଇଣ୍ଡିଆର ଫାଇନାଲିଷ୍ଟ ମଧ୍ୟ ରହିଛନ୍ତି । ସେହି ସମୟରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟେଲି ଧାରାବାହିକ "କଭି ଶାସ ଭି କଭି ବହୂ ଥି" ରୁ ନିଜ ପରିଚୟ ସୃଷ୍ଟି କରିପାରିଥିଲେ ସେ । ସେଥିରେ ସେ ତୁଲସୀ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିତିଥିଲେ ।

ସେ 2001 ମସିହା ଅକ୍ଟୋବରରେ ପୁଅ ଜୋହନଙ୍କୁ ଜନ୍ମ ଦେଇଥିଲେ । ଆଉ ସେହି ସମୟରେ ସେ "କଭି ଶାସ ଭି କଭି ବହୂ ଥି"ରେ ମଧ୍ୟ କାମ କରୁଥିଲେ । ସେ ଏକ କାର୍ଯ୍ୟକ୍ରମରେ ନିଜ ଅଭିନୟ ଜୀବନରେ ଥିବା ଉଠାଣି ଗଡାଣିକୁ ନେଇ କହିଥିଲେ ଯେ, ସେ ତାଙ୍କ ପୁଅ ଜନ୍ମ ହେବାର 2ଦିନ ପରେ ହିଁ କାମକୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ ।

ଅଭିନୟ ପାଇଁ ତାଙ୍କୁ ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମଧ୍ୟ ଜିତିଛନ୍ତି । 2001ରେ ସେ ରାମାୟଣରେ ସୀତା ଭୁମିକାରେ ଅଭିନୟ କରିଥିଲେ । ଏହାସହ ସେ ପ୍ରଯୋଜନା ମଧ୍ୟ କରିଛନ୍ତି । ଏକ ରିୟାଲିଟି ଡାନ୍ସ ସୋରେ ହୋଷ୍ଟ କରିବା ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ABOUT THE AUTHOR

...view details