ଓଡିଶା

odisha

ETV Bharat / bharat

ଚିକ୍କଣ ସଡ଼କ ଦୁର୍ଘଟଣାର କାରଣ: ନନ୍ଦକିଶୋର - ଝାଡ଼ଖଣ୍ଡ ବିଜେପି

ନୂଆ ମୋଟର ଯାନ ଆଇନକୁ ନେଇ ବିଜେପି ନେତା ନନ୍ଦକିଶୋର ଯାଦବ କହିଛନ୍ତି ଏହି ମୋଟା ଅଙ୍କର ଫାଇନ ଲୋକଙ୍କୁ ସଡ଼କ ସମ୍ପର୍କରେ ସଚେତନ କରାଇବ । ସଡ଼କ ଦୁର୍ଘଟଣା ସମ୍ପର୍କରେ ସେ କହିଛନ୍ତି କି ଚିକ୍କଣ ରାସ୍ତା କାରଣରୁ ଦୁର୍ଘଟଣା ବଢୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 12, 2019, 7:13 PM IST

ରାଞ୍ଚି: ନୂଆ ମୋଟର ଯାନ ଆଇନ ଲୋକଙ୍କୁ ସଚେତନ କରିବାକୁ ହୋଇଛି । କାହାର ଜୀବନ ହାନୀ ଅପେକ୍ଷା ସଚେତନ ହେବା ବଡ଼ କଥା । ଆଉ ଦୁର୍ଘଟଣାର ମୁଖ୍ୟ କାରଣ ଚିକ୍କଣ ସଡ଼କ ବୋଲି କହିଛନ୍ତି ବିଜେପି ନେତା ନନ୍ଦକିଶୋର ଯାଦବ ।

ବିହାରର ସଡ଼କ ଓ ପରିବହନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ନିର୍ବାଚନ ପ୍ରଭାରୀ ଦାୟିତ୍ବରେ ଅଛନ୍ତି ନନ୍ଦକିଶୋର ଯାଦବ। ଝାଡ଼ଖଣ୍ଡ ଗସ୍ତରେ ଆସିଥିବା ବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ନନ୍ଦକିଶୋର ଝାଡଖଣ୍ଡ ଗସ୍ତରେ ଯାଇ ସେ ପଲାମୁ ଓ ଗଢଓ୍ବା ମଣ୍ଡଳ ଅଧ୍ୟକ୍ଷଙ୍କ ସହିତ ବୈଠକ କରିଛନ୍ତି । ଉକ୍ତ ବୈଠକରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହି ବୈଠକ ମଧ୍ୟରେ ସେ ନୂତନ ଭାବେ ଅଣାଯାଇଥିବା ଟ୍ରାଫିକ ନିୟମ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ସେ କହିଥିଲେ ଏହି ନୂଆ ଆଇନ ଲୋକଙ୍କୁ ଟ୍ରାଫିକ ସମସ୍ୟା ସମ୍ପର୍କରେ ସଚେତନ କରାଇବା ପାଇଁ ହୋଇଛି । ଫାଇନ ଅପେକ୍ଷା ଲୋକଙ୍କ ଜୀବନ ମୂଲ୍ୟବାନ। ଫଳରେ ସରକାର ଏହି ମୋଟା ଅଙ୍କର ଫାଇନ ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଏହି ମୋଟା ଅଙ୍କ ଫାଇନ ଭୟରେ ଲୋକେ ସଚେତନ ହେବେ ବୋଲି ସେ କହିଥିଲେ ।

ସେହିପରି ବିହାରରେ ବିଜେପି ଓ ଜେଡ଼ିୟୁର ମେଣ୍ଟ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀଙ୍କ ସହିତ ଆମର ସମ୍ପର୍କ ମଧୁର ରହିଛି । ବିହାରରେ ସବୁକିଛି ଠିକଠାକ ଚାଲିଛି । ବିହାରରେ ବିକାଶର ପ୍ରସଙ୍ଗରେ ବିଜେପି ନିର୍ବାଚନ ଲଢିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି କି ଝାଡ଼ଖଣ୍ଡରେ ଟିକେଟ କାହାକୁ ମିଳିବ ତାହା ଦଳୀୟ କମିଟି ସ୍ଥିର କରିବ । ଧର୍ମ ପରିବର୍ତ୍ତନକୁ ନେଇ ସେ କହିଥିଲେ କି ରାଜ୍ୟରେ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରାଯାଉଛି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିହାତି ଜରୁରୀ ବୋଲି ସେ କହିଥିଲେ ।

ସେହିପରି ଏନଆରସି ସମ୍ପର୍କରେ ସେ କହିଥିଲେ କି ଦେଶରେ ଅନୁପ୍ରବେଶକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଇପାରିବ ନାହିଁ । ଆସାମରେ ଏନଆରସି ମାମଲାରେ ଯାହା ଘଟିଲା, ସେଥିରେ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି । କଂଗ୍ରେସ ଶାସନ କାଳରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା ବୋଲି ସେ କହିଥିଲେ।

ABOUT THE AUTHOR

...view details