ପାଟନା: ମୁଜାଫରପୁରରେ ତାଣ୍ଡବ ରଚିଛି ମୃତ୍ୟୁ । ମସ୍ତିଷ୍କ ଜ୍ବରରେ ଗଡୁଛି ମୁଣ୍ଡ । ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜରେ ଶିଶୁ ମୃତ୍ୟୁ ଦିନକୁ ଦିନ ବଢୁଥିବା ବେଳେ ଏବେ ଦେଖିବାକୁ ମିଳିଛି ପୁଣି ଏକ ଚାଞ୍ଚଲ୍ୟକର ଘଟଣା । ମେଡିକାଲ ପଛପଟୁ ମିଳୁଛି ମଣିଷ କଙ୍କାଳ ।
ମେଡିକାଲ ଭିତରେ ଗଡୁଛି ମୁଣ୍ଡ, ବାହାରେ ମିଳୁଛି ମଣିଷ କଙ୍କାଳ ! - skmch
ବିହାରର ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜରେ ମସ୍ତିଷ୍କ ଜ୍ବାରରେ ଆକ୍ରାନ୍ତ ଶିଶୁଙ୍କ ମୃତ୍ୟୁ ଦିନକୁ ଦିନ ବଢୁଛି । ଏପଟେ ଶନିବାର ସେହି ମେଡିକାଲ ପଛପଟୁ ମଣିଷ କଙ୍କାଳ ମିଳିବା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଡିଜାଇନ ଫଟୋ
ଶିଶୁ ମୃତ୍ୟୁର କାରଣ ଏବେ ସୁଦ୍ଧା ଜଣାପଡି ନଥିବା ବେଳେ ମେଡିକାଲ ପଛପଟୁ କଙ୍କାଳ ମିଳିବା ଘଟଣା ବର୍ତ୍ତମାନ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଏବେ ସୁଦ୍ଧା 108 ଶିଶୁଙ୍କ ମସ୍ତିଷ୍କ ଜ୍ବରରେ ରୋଗରେ ମୃତ୍ୟୁ ହୋଇଥିବା ବେଳେ କଲେଜ ପଛପଟେ କଙ୍କାଳ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ମେଡିକାଲର ଏକ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।