ନୂଆଦିଲ୍ଲୀ: ନୂଆ କରି ମୋଦିଙ୍କ କ୍ୟାବିନେଟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ଏସ.ଜୟଶଙ୍କର । ପ୍ରଧାନମନ୍ତ୍ରୀ ତାଙ୍କୁ ବୈଦେଶିକ ମନ୍ତ୍ରାଳୟର ଦାୟିତ୍ବ ଦେଇଛନ୍ତି । ଜୟଶଙ୍କର ବୈଦେଶିକ ମନ୍ତ୍ରୀ ହେବା ପରେ ତାଙ୍କ ପୁଅ ଟ୍ବିଟ୍ କରି ଟିପ୍ପଣୀ କରିଛନ୍ତି ।
ବାପା ବୈଦେଶିକ ମନ୍ତ୍ରୀ, ପାସପୋର୍ଟ ବନାଇବାରେ ପୁଅ କରିବେନି ସାହାଯ୍ୟ ! - ପାସପୋର୍ଟ
ବୈଦେଶିକ ମନ୍ତ୍ରୀ ଭାବେ ଏସ.ଜୟଶଙ୍କରଙ୍କୁ ମିଳିଛି ଦାୟିତ୍ବ । ଏହାକୁ ନେଇ ଜୟଶଙ୍କରଙ୍କ ପୁଅ ଏକ ଟ୍ବିଟ୍ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ଫାଇଲ ଫଟୋ
ପୁଅ ଧ୍ରୃବ ଜୟଶଙ୍କର ଟ୍ବିଟ୍ କରି ଲେଖିଛନ୍ତି, କେହି କିଛି କହିବା ଆଗରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହୁଁଛି । ମୁଁ କାହାରିକୁ ପାସପୋର୍ଟ କିମ୍ବା ଭିସା ପାଇଁ ସାହାଯ୍ୟ କରି ପାରିବି ନାହିଁ । ଏହାସହ ବିଦେଶରେ ଜେଲରେ ରହି ଭୋଗୁଥିବା ସମସ୍ୟା ମଧ୍ୟ ସମାଧାନ କରି ପାରିବି ନାହିଁ । ମୋ ନିଜ ପାଖରେ ଅନେକ ସମସ୍ୟା ରହିଛି ।
ତେବେ ଧ୍ରୃବଙ୍କ ଏହି ଟ୍ବିଟ୍ ପରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା କରାଯାଉଛି । ଏହି ଟ୍ବିଟଟି ଭାଇରାଲ ହେବାରେ ମଧ୍ୟ ଲାଗିଛି ।