ନୂଆଦିଲ୍ଲୀ: 6 ରାଜ୍ୟରେ ମନ୍ତ୍ରୀଙ୍କ ଆୟକର ଭରୁଛନ୍ତି ସମ୍ପୃକ୍ତ ରାଜ୍ୟ ସରକାର । 6 ରାଜ୍ୟ ମଧ୍ୟରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ରହିଛି ।
ଉତ୍ତରପ୍ରଦେଶରେ 1981 ମସିହାରୁ ମନ୍ତ୍ରୀଙ୍କ ଆୟକର ସରକାର ଭରୁଥିବାବେଳେ ଏହାକୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ସେହିପରି ହରିୟାଣା ଓ ହିମାଚଳ ପ୍ରଦେଶରେ 1966 ମସିହାରୁ ସମସ୍ତ ମନ୍ତ୍ରୀଙ୍କ ଆୟକର ରାଜ୍ୟ ରାଜକୋଷରୁ ଯାଉଛି ।