ଓଡିଶା

odisha

ETV Bharat / bharat

କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର 6 ମୃତ

କାର୍ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର 6 ଜଣଙ୍କ ଜୀବନ। ଏଭଳି ଅଭାବୀନୟ ଘଟଣା ଘଟିଛି ତାମିଲନାଡୁର କୋଏମ୍ବଟୁରରେ ।

By

Published : Mar 13, 2019, 3:23 PM IST

ସୋସିଆଲ ମିଡିଆ

ତାମିଲନାଡୁ: କାର୍ ଦୁର୍ଘଟଣାରେ ଚାଲିଯାଇଛି ଗୋଟିଏ ପରିବାରର 6 ଜଣଙ୍କ ଜୀବନ। ଏଭଳି ଅଭାବୀନୟ ଘଟଣା ଘଟିଛି ତାମିଲନାଡୁର କୋଏମ୍ବଟୁରରେ । ତେବେ କାରଟି ଏକ କେନାଲ ମଧ୍ୟକୁ ପ୍ରବେଶ କରିବା ଫଳରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଏହି ଦୁଃଖଦ ଘଟଣାଟି ତାମିଲନାଡୁର ପୋଲାଚି କେନାଲ ନିକଟରେ ରାତି ପ୍ରାୟ 1. 30 ସୁଦ୍ଧା ଘଟିଥିଲା । ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ସହ କାରଟିକୁ କେନାଲ ଭିତରୁ ଉଦ୍ଧାର କରିଛି ।

ହେଲେ କାର ଭିତରେ ଥିବା 6 ଜଣ ବ୍ୟକ୍ତି ମୃତ ଥିବା ସୂଚନା ମିଳିଛି । ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଲାଚୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

For All Latest Updates

ABOUT THE AUTHOR

...view details