ଭୋପାଳ: ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ହନିଟ୍ରାପ ମାମଲାର ତଦନ୍ତ ଆରମ୍ଭ କରିଛି ଏସଆଇଟି । ଏନେଇ ଏସଆଇଟି ଏକ ସ୍ବତନ୍ତ୍ର ମେଲ ଆଇଡ଼ି ଜାରି କରିଛି । ଯେଉଁଥିରେ ସାଧାରଣ ନାଗରିକ ମାନେ ପ୍ରମାଣ କିମ୍ବା ଅଭିଯୋଗ ପଠାଇପାରିବେ । ତେବେ ଏହି ମେଲ ଆଇଡ଼ିକୁ ପଠାଉଥିବା ଲୋକଙ୍କ ନାମ ଓ ଠିକଣାକୁ ପ୍ରକାଶ କରାଯିବ ନାହିଁ ବୋଲି ପୋଲିସ କହିଛି ।
ହନିଟ୍ରାପ ମାମଲା: ପ୍ରମାଣ ଯୋଗାଡ ପାଇଁ ମେଲ୍ ଆଇଡି ଜାରି କଲା ଏସଆଇଟି
ମଧ୍ୟପ୍ରଦେଶର ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାର ତଦନ୍ତ ଆରମ୍ଭ କରିଛି ଏସଆଇଟି । ତେବେ ଏହି ମାମଲାରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଏକ ମେଲ ଆଇଡ଼ି ଜାରି ହୋଇଛି । ଏହି ମେଲ୍ ଆଇଡ଼ି ମାଧ୍ୟମରେ ସର୍ବସାଧାରଣମାନଙ୍କ ଠାରୁ ପ୍ରମାଣ ସଂଗ୍ରହ କରିବ ଏସଆଇଟି । ଏହି ପ୍ରମାଣ ଯୋଗାଡ଼ କରିବା କ୍ଷେତ୍ରରେ ସାଧାରଣ ଜନତା ସହାୟକ ହେବେ ବୋଲି ଏସଆଇଟି ଆଶା ରଖିଛି ।
ଏନେଇ ମଧ୍ୟପ୍ରଦେଶ ପୋଲିସ କହିଛି ଯେ, ହନିଟ୍ରାପ ଏକ ସଙ୍ଗୀନ ମାମଲା । ଏଥିରେ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିତ୍ବଙ୍କୁ ପଚରାଉଚୁରା କରାଯିବ । ତେବେ ତଦନ୍ତ ସମୟରେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ଏସଆଇଟି । ଏଥିପାଇଁ ଏକ ମେଲ ଆଇଡ଼ି ଜାରି କରିଛି । ଏହି ମେଲ ଆଇଡ଼ିଟି ସର୍ବସାଧାରଣଙ୍କ ପାଇଁ ଲାଗୁ ହେବ । ଏଥିରେ ଯେଉଁ ବ୍ୟକ୍ତି ପାଖରେ ମାମଲା ସହିତ ସମ୍ପୃକ୍ତି ଥିବା ପ୍ରମାଣ କିମ୍ବା ଅଭିଯୋଗ ଏହି ମେଲ ଆଇଡ଼ିରେ ପଠାଇପାରିବେ ବୋଲି ପୋଲିସ କହିଛି ।
ତେବେ ମଧ୍ୟପ୍ରଦେଶ ପୋଲିସର କହିବା ଅନୁଯାୟୀ ଅଧିକ ପ୍ରମାଣ ଯୋଗାଡ଼ କରିବା ପାଇଁ ପୋଲିସ ଏହି ପନ୍ଥା ଅପଣାଇଛି । ତେବେ ଏଥିରେ ଏସଆଇଟି ନିଶ୍ଚିତ ଭାବେ ସଫଳ ହେବ ବୋଲି ମଧ୍ୟପ୍ରଦେଶ ପୋଲିସ ଆଶା ରଖିଛି । ପୋଲିସର ଏହି ପ୍ରୟାସକୁ ସାଧାରଣ ଜନତା ନିଶ୍ଚିତ ପକ୍ଷେ ସହଯୋଗ କରିବେ ବୋଲି ପୋଲିସ ଆଶା ରଖିଛି ।