ନୂଆଦିଲ୍ଲୀ: ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଦିଲ୍ଲୀରେ କୋରୋନା ରୋଗର ମୁକାବିଲା ପାଇଁ ବିପର୍ଯ୍ୟୟ ପାଣ୍ଠି ଦାବି କରିଛନ୍ତି । ଏହାସହ ଦିଲ୍ଲୀରେ ମାମଲା ସଂଖ୍ୟା ଦେଶରେ ତୃତୀୟ ସର୍ବାଧିକ ବୋଲି ସେ କହିଛନ୍ତି ।
ସିସୋଦିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, କେନ୍ଦ୍ର ବିପର୍ଯ୍ୟୟ ପାଣ୍ଠିରୁ ରାଜ୍ୟକୁ 17,000 କୋଟିରୁ ଅଧିକ ଟଙ୍କା ଦେଇଥିବା ବେଳେ ଦିଲ୍ଲୀକୁ ଗୋଟିଏ ଟଙ୍କା ମଧ୍ୟ ଦିଆଯାଇ ନାହିଁ। ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଦିଲ୍ଲୀର ଲୋକମାନେ ସରକାରଙ୍କ ଦ୍ୱାରା ନ୍ୟାୟ ଏବଂ ସମାନ ବ୍ୟବହାର ଆଶା କରୁଛନ୍ତି ବୋଲି ସେ ଚିଠିରେ ଲେଖିଛନ୍ତି ।