ଜୟପୁର: ରାଜସ୍ଥାନର ରାଜ ପରିବାରର ସମ୍ପର୍କ ପ୍ରଭୁ ଶ୍ରୀରାମଙ୍କ ବଂଶଜ ସହିତ ସମ୍ପର୍କ ରହିଥିବା କହିଛନ୍ତି ପୂର୍ବତନ ମହାରାଜା ରଘୁବୀର ସିଂ । କେବଳ ଏତିକି ନୁହେଁ, ବରଂ ତାଙ୍କ ନିକଟରେ 100 ପୂର୍ବଜଙ୍କ ତାଲିକା ରହିଥିବା ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ସେପଟେ ସୁପ୍ରିମକୋର୍ଟରେ ଦୈନିକ ରାମ ମନ୍ଦିର ବିବାଦକୁ ନେଇ ଦୈନିକ ଶୁଣାଣି ଜାରି ରହିଛି । ଏହି ସମୟରେ ରାମଙ୍କ ବଂଶଜ ସମ୍ପର୍କରେ ରାମ ମନ୍ଦିର ପକ୍ଷରୁ ଓକିଲାତି କରୁଥିବା ଓକିଲଙ୍କୁ ପଚାରିଥିଲେ । ସେହି ସମୟରେ ଜୟପୁର ଓ ଉଦୟପୁରର ରାଜ ପରିବାର ନିଜକୁ ରାମଙ୍କ ବଂଶଜ ବୋଲି କହିଥିଲେ । ତେବେ ବର୍ତ୍ତମାନ ସିରୋହୀର ପୂର୍ବତନ ମହାରାଜା ରଘୁବୀର ସିଂ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଆସୁଛନ୍ତି ।
ରାଜସ୍ଥାନ ଶ୍ରୀରାମଙ୍କ ବଂଶଜଙ୍କ କର୍ମକ୍ଷେତ୍ର
ଜୟପୁର ଓ ଉଦୟପୁରର ରାଜ ପରିବାରରଙ୍କ ତରଫରୁ ସେମାନଙ୍କ ବଂଶଜ ହେବାର ଦୃଢୋକ୍ତି ପରେ ଏବେ ସିରୋହୀର ପୂର୍ବତନ ରାଜା ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଆସୁଛନ୍ତି । ତାଙ୍କ ନିକଟରେ ବଂଶର 100 ପିଢି ପର୍ଯ୍ୟନ୍ତ ତାଲିକା ରହିଥିବା ସେ କହିଛନ୍ତି । ତେବେ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟରେ ସମସ୍ତ ପ୍ରମାଣ ସହିତ ହାଜର ହେବେ ବୋଲି ପୂର୍ବତନ ମହାରାଜ କହିଛନ୍ତି ।
ଅଧିକ ପଢନ୍ତୁ: ସରିଲା ରିମାଣ୍ଡ, କୋର୍ଟରେ ହାଜର ହେବେ ଚିଦାମ୍ବରମ
ରଘୁବୀର ସିଂ କହିଛନ୍ତି ଯେ ରାଜସ୍ଥାନର ଶ୍ରୀରାମଙ୍କ ବଂଶଜଙ୍କ କର୍ମଭୂମୀ । ପୂର୍ବତନ ମହାରାଜ ଏବଂ ଇତିହାସକାରୀଙ୍କ ମତରେ ଲକ୍ଷ୍ମଣଙ୍କ ନାତି ମାଲଓ୍ବା ଥିଲେ । ଯିଏ ମୁଲସ୍ଥାନ ଅର୍ଥାତ ବର୍ତ୍ତମାନର ରାଜସ୍ଥାନର ଥିଲେ । ସେହିପରି ମାଲଓ୍ବା ଏବଂ ସିକନ୍ଦର ମଧ୍ୟରେ ଯୁଦ୍ଧ ପରେ ଆମେ ରାମଙ୍କର ଶହେତମ ବଂଶଜ ବୋଲି ସେ ଦାବୀ କରିଛନ୍ତି ।
ରଘୁବୀରଙ୍କ କହିବା ଅନୁଯାୟୀ ଯଦି ସୁପ୍ରିମକୋର୍ଟ ଏହାର ପ୍ରମାଣ ମାଗନ୍ତି, ତେବେ ସେ ସମସ୍ତ ପ୍ରମାଣ ସହିତ କୋର୍ଟରେ ହାଜର ହେବେ ବୋଲି କହିଛନ୍ତି । ତାଙ୍କ ନିକଟରେ 100ଟି ପିଢିର ତାଲିକା ରହିଥିବା କଥା ସେ କହିଛନ୍ତି । ସେହିପରି ପୂର୍ବତନ ରାଜା ଦେଓ୍ବଡ଼ା କହିଛନ୍ତି କି, ଖ୍ରୀଷ୍ଟପୂର୍ବ 323 ମସିହାରେ ମାଲଓ୍ବ ଏବଂ ସିକନ୍ଦର ମଧ୍ୟରେ ଯୁଦ୍ଧ ହୋଇଥିଲା । 1206ରେ ସିରୋହୀ ରାଜ୍ୟର ସ୍ଥାପନା ହେଲା । ସର୍ବପ୍ରଥମେ ମାଣିଙ୍ଗରାୟ ଥିଲେ । ସେ ଆମର 38ତମ ପିଢି ଥିଲେ ବୋଲି ସେ କହିଛନ୍ତି ।ସେହିଭଳି ମହାରାଜା କେସର ସିଂହ ହେଉଛନ୍ତି ମୋର ବଡ ବାପା ଓ ସେ ଆମର 38ତମ ପିଢି ବୋଲି ରାଜା ଦେଓ୍ବାଡ କହିଛନ୍ତି ।
ସେହିଭଳି ଜୟପୁର ଓ ଉଦୟପୁର ରାଜପରିବାରର ସମସ୍ତ ସଦସ୍ୟ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କରିଛନ୍ତି ପୂର୍ବତନ ରାଜା ରଘୁବୀର ସିଂ । ସେ କହିଛନ୍ତି ଜୟପୁର ରାଜପରିବାରର କୁଶ ଏବଂ ଉଦୟପୁରର ରାଜପରିବାର ଲବଙ୍କ ବଂଶଜ ବୋଲି ସେ କହିଛନ୍ତି । ତାଙ୍କ ନିକଟରେ ଏହାର ପ୍ରମାଣ ମଧ୍ୟ ରହିଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଦେଓ୍ବଡା ମହାରାଜା ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇ ସାରିଛନ୍ତି ।