ଓଡିଶା

odisha

ETV Bharat / bharat

ଏହି ରାଜ୍ୟରେ ସପ୍ତାହରେ 5 ଦିନ କାମ କରିବେ ସରକାରୀ କର୍ମଚାରୀ

ସପ୍ତାହକୁ 6 ଦିନ ନୁହେଁ 5 ଦିନ କାମ କରିବେ ସରକାରୀ କର୍ମଚାରୀ । ନୂଆ ସିକିମ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ ଏହି ବଡ ଘୋଷଣା କରିଛନ୍ତି ।

By

Published : May 30, 2019, 5:13 PM IST

Updated : May 30, 2019, 6:56 PM IST

ପ୍ରତିକାତ୍ମକ ଫଟୋ

ଗ୍ୟାଙ୍ଗଟକ: ରାଜ୍ୟ ଭାର ସମ୍ଭାଳିବା କ୍ଷଣି ସିକିମ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଏଣିକି ସିକିମରେ ସରକାରୀ କର୍ମଚାରୀ ସପ୍ତାହକୁ ଗୋଟିଏ ଦିନ ନୁହେଁ 2 ଦିନ ଛୁଟିରେ ରହିବେ । ସୁସ୍ଥ ଜୀବନ ଓ ପରିବାର ସହ ସମୟ ବିତେଇବା ପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।

ଗତ ସୋମବାର ସିକିମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂ ତମାଙ୍ଗ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ 11ଜଣ ବିଧାୟକ ମଧ୍ୟ ଶପଥପାଠ କରିଥିଲେ । ଶପଥ ପାଠ କରିବା କ୍ଷଣି ହିଁ ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେଇଥିଲେ ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ । ସରକାରଙ୍କ ଏହି ଘୋଷଣା ଅନୁସାରେ, ରାଜ୍ୟର ସରକାରୀ କର୍ମଚାରୀ ମାନେ ସପ୍ତାହକୁ 5 ଦିନ କାର୍ଯ୍ୟ କରିବେ ଏବଂ ଶନିବାର ଓ ରବିବାର ଛୁଟିରେ ରହିବେ । ତେବେ ଏହି ଘୋଷଣା ପରେ ତମାଙ୍ଗ କହିଥିଲେ, ନିର୍ବାଚନୀ ପ୍ରଚାର ବେଳେ କରାଯାଇଥିବା 5ଟି ପ୍ରତିଶୃତି ମଧ୍ୟରେ ଗୋଟିଏ ପ୍ରତିଶୃତି ପାଳନ କଲୁ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସରକାରଙ୍କ ଏହି ଘୋଷଣାକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

Last Updated : May 30, 2019, 6:56 PM IST

ABOUT THE AUTHOR

...view details