ଓଡିଶା

odisha

ETV Bharat / bharat

ବୈଶାଖୀ ପର୍ବ: 3ଟି ସ୍ପେଶାଲ ଟ୍ରେନରେ ପାକ ଯିବେ ଶିଖ୍ ଶ୍ରଦ୍ଧାଳୁ - ଶିଖ

ଶିଖ୍ ମାନଙ୍କ ମୁଖ୍ୟ ପର୍ବ ବୈଶାଖୀ। ଏହି ଦିନ ଠାରୁ ପଞ୍ଜାବୀମାନଙ୍କର ନୂଆ ବର୍ଷ ଆରମ୍ଭ ହୋଇଥାଏ। ତେବେ ଭାରତ ଓ ପାକ ମଧ୍ୟରେ ଚାଲିଥିବା ଅଶାନ୍ତି ପରେ ପ୍ରଥମ ଥର ପାଇଁ ଭାରତୀୟ ଶିଖ ଶୁକ୍ରବାର 3ଟି ଟ୍ରେନ ମାଧ୍ୟମରେ ଯିବେ ପାକିସ୍ତାନ।

ଫାଇଲ ଫଟୋ

By

Published : Apr 12, 2019, 10:23 AM IST

ଅମୃତସର: ପୁଲଓ୍ବାମା ଆତଙ୍କି ହମଲା ପରେ ଭାରତ-ପାକ ମଧ୍ୟରେ ଦେଖାଦେଇଛି ହିଂସା। ତେବେ ଉପୁଜିଥିବା ଏହି ଅଶାନ୍ତି ପରେ ପ୍ରଥମ ଥର ପାଇଁ ଶିଖ ଶ୍ରଦ୍ଧାଳୁ ଆଜି (ଶୁକ୍ରବାର) ପାକିସ୍ତାନ ଯିବେ। ବୈଶାଖୀ ପର୍ବ ଉପଲକ୍ଷେ ପାକିସ୍ତାନ 2200 ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ଏହି ଭିସା ଜାରି କରିଛି । ଅଟାରୀରୁ 3ଟି ସ୍ପେଶାଲ ଟ୍ରେନ ଯୋଗେ ଶ୍ରଦ୍ଧାଳୁ ମାନେ ପାକିସ୍ତାନ ଯିବେ ।

ଏସଜିପିସିର ମୁଖ୍ୟ ସେକ୍ରେଟାରୀ ଡା. ରୁପ ସିଂହଙ୍କ କହିବାନୂଯାୟୀ, କମିଟି ପକ୍ଷରୁ 839 ଜଣ ଶ୍ରଦ୍ଧାଳୁ ପାକିସ୍ତାନ ସ୍ଥିତ ଗୁରୁଦ୍ବାର ଦର୍ଶନ ପାଇଁ ଯିବେ। ବୈଶାଖୀ ପର୍ବରେ ସାମିଲ ହେବାପାଇଁ ଯାଉଥିବା ଶ୍ରଦ୍ଧାଳୁ ପଞ୍ଜା ସାହିବ ଓ ଗୁରୁଦ୍ବାର ଶ୍ରୀ ନନକାନା ସାହିବ ସହ ଅନ୍ୟ ଐତିହାସିକ ଗୁରୁଦ୍ବାର ଦର୍ଶନ କରିବେ । ଶ୍ରଦ୍ଧାଳୁ ମାନେ 12 ଏପ୍ରିଲରେ ଗୁରୁଦ୍ବାର ପଞ୍ଜା ସାହିବ ପହଞ୍ଚିବେ । ଶ୍ରଦ୍ଧାଳୁ ପବିତ୍ର ବୈଶାଖୀ ପର୍ବରେ ଏପ୍ରିଲ 14ରେ ଧାର୍ମିକ ଦିବାନରେ ଭାଗ ନେବେ। ଏହାପରେ 15 ଏପ୍ରିଲରେ ନନକାନା ସେହିବରେ ପହଞ୍ଚିବେ । ଏହାପରେ ଡେରାସଚ୍ଚା ସୌଦା ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସୋହିପରି 19 ତାରିଖ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ସ୍ଥାନ ଭ୍ରମଣ କରିବାପରେ ଏପ୍ରିଲ 21 ତାରିଖରେ ଭାରତ ଫେରିବେ ଶିଖ ଶ୍ରଦ୍ଧାଳୁ ।

ତେବେ ଶ୍ରୀ ଗୁରୁ ନାନକ ଜୀଙ୍କ 550ତମ ପ୍ରକାଶ ପର୍ବ ମଧ୍ୟରୁ ପାକିସ୍ତାନ ଯାଉଥିବା ଏହା ହେଉଛି ପ୍ରଥମ ଗ୍ରୁପ। ଏସଜିପିସି ଗ୍ରୁପର ନେତା ରବିନ୍ଦର ସିଂହ ଖାଲସା ପ୍ରକାଶ ପର୍ବ ଉପଲକ୍ଷେ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ସମ୍ବଦ୍ଧରେ ପାକିସ୍ତାନ ସରକାରଙ୍କ ଦ୍ବାରା ସଦ୍ୟ ନିର୍ମିତ ପାକ ଗୁରୁଦ୍ବାର ପ୍ରବନ୍ଧକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ।

ପାକିସ୍ତାନ ପଞ୍ଜାବର ଗଭର୍ଣ୍ଣର ମଧ୍ୟ ଗୁରୁଦ୍ବାର ପଞ୍ଜା ସାହିବ ଓ ଗୁରୁଦ୍ବାର ଶ୍ରୀ ନନକାନା ସାହିବରେ ଆୟୋଜିତ ଧାର୍ମିକ ସମାରୋହରେ ଯୋଗଦାନ କରିବେ। ଏହାସହ ପାକିସ୍ତାନ ପଞ୍ଜାବର ଗଭର୍ଣ୍ଣର ଶ୍ରଦ୍ଧାଳୁଙ୍କ ସାମ୍ନାରେ କରତାରପୁର କରିଡୋରର ନିର୍ମାଣ ସହ ଶ୍ରୀ ନନକାନାରେ ରେଲଓ୍ବେ ନିର୍ମାଣ କରିବା ନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି ।

ABOUT THE AUTHOR

...view details