ଓଡିଶା

odisha

ETV Bharat / bharat

ବିଶ୍ବ ଜନସଂଖ୍ୟା ଦିବସର ମହତ୍ତ୍ବ ଓ ଥିମ୍ - ବିଶ୍ବ ଜନସଂଖ୍ୟା ଦିବସର ମହତ୍ତ୍ବ

ଜନସଂଖ୍ୟାର କେତେକ କାରଣ ହେଉଛି ପରିବାର ଯୋଜନା, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ, ମାନବିକ ଅଧିକାର, ସ୍ବାସ୍ଥ୍ୟଗତ ଅଧିକାର, ଶିଶୁର ସ୍ବାସ୍ଥ୍ୟ । ଏଥିପାଇଁ ବିଶ୍ବ ଜନସଂଖ୍ୟା ଦିବସ ସବୁବେଳେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲକ୍ଷ୍ୟ ରଖିଥାଏ । ଅଧିକ ପଢନ୍ତୁ...

ବିଶ୍ବ ଜନସଂଖ୍ୟା ଦିବସର ମହତ୍ତ୍ବ ଓ ଥିମ୍
ବିଶ୍ବ ଜନସଂଖ୍ୟା ଦିବସର ମହତ୍ତ୍ବ ଓ ଥିମ୍

By

Published : Jul 11, 2020, 6:52 AM IST

ହାଇଦ୍ରାବାଦ: ମିଳିତ ଜାତିସଙ୍ଘର ଗଭର୍ଣ୍ଣିଂ କାଉନସିଲ୍ ପକ୍ଷରୁ 11 ଜୁଲାଇ 1989ରେ ପ୍ରଥମ ଥର ବିଶ୍ବ ଜନସଂଖ୍ୟା ଦିବସ ପାଳନ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା । ଏହାସହ ଲୋକଙ୍କୁ ପ୍ରଜନନ ସ୍ବାସ୍ଥ୍ୟ ବିଷୟରେ ସଚେତନ କରିବା । 1968ରେ ବିଶ୍ବ ନେତା ମତବ୍ୟକ୍ତ କରିଥିଲେ ଯେ ନିଜ ସନ୍ତାନ ପାଇଁ ଲୋକଙ୍କୁ ଏକ ମୌଳିକ ଅଧିକାରର ଆବଶ୍ୟକତା ରହିଛି । ତେବେ 1987ରେ ଜନସଂଖ୍ୟାରେ 5 ବିଲିୟନ ବୃଦ୍ଧି ପରେ 1989ରେ ବିଶ୍ବ ଜନସଂଖ୍ୟା ଦିବସ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ଚଳିତ ବର୍ଷ ଏହି ଦିବସରେ ଲୋକଙ୍କୁ ଜନସଂଖ୍ୟା ନିୟନ୍ତ୍ରଣ କରିବା ଉପରେ ସଚେତନ କରିବାକୁ ଲକ୍ଷ୍ୟ ରଖିଛି ମିଳିତ ଜାତିସଙ୍ଘ । 2030ରେ ନିଜର ବିକାଶ ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜାତିସଙ୍ଘ ଏହାକୁ ପାଥେୟ ବନାଇଛି ।

ଜନସଂଖ୍ୟାର କେତେକ କାରଣ ହେଉଛି ପରିବାର ଯୋଜନା, ଲିଙ୍ଗଗତ ସମାନତା, ବାଲ୍ୟ ବିବାହ, ମାନବିକ ଅଧିକାର, ସ୍ବାସ୍ଥ୍ୟଗତ ଅଧିକାର, ଶିଶୁର ସ୍ବାସ୍ଥ୍ୟ । ଏଥିପାଇଁ ବିଶ୍ବ ଜନସଂଖ୍ୟା ଦିବସ ସବୁବେଳେ ପ୍ରଜନନ ସ୍ବାସ୍ଥ୍ୟ ଉପରେ ଲକ୍ଷ୍ୟ ରଖିଥାଏ । କୋରୋନା ଭଳି ମହାମାରୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ସହ ଯୌନ ଓ ପ୍ରଜନନ ସ୍ବାସ୍ଥ୍ୟର ଆବଶ୍ୟକତା ଏବଂ ମହିଳା ଓ ଝିଅଙ୍କ ମହତ୍ତ୍ବ ବିଷୟରେ ଲୋକଙ୍କୁ ସଚେତନ କରିବା ଚଳିତ ବର୍ଷର ବିଶ୍ବ ଜନସଂଖ୍ୟା ଦିବସର ଲକ୍ଷ୍ୟ । କୋଭିଡ 19 ମହାମାରୀ ସମସ୍ତ କ୍ଷେତ୍ରରେ ପ୍ରଭାବ ପକାଇଛି । ହେଲେ ଏଥିରେ ସମସ୍ତେ ସମାନ ଭାବେ ପ୍ରଭାବିତ ହୋଇନାହାନ୍ତି । ବିଶ୍ବସ୍ତରରେ ମହିଳାମାନେ ଏହି ମହାମାରୀରେ ଗୁରୁତର ଭାବେ ଶିକାର ହୋଇଛନ୍ତି । ଲକଡାଉନରେ ଘରୋଇ ହିଂସା ବୃଦ୍ଧି ପାଇଛି । ଗର୍ଭନିରୋଧକ ବଟିକାର ଅଭାବ ଦେଖାଦେଇଛି । ଫଳରେ ମହିଳାମାନେ ଅନିଚ୍ଛା ସତ୍ତ୍ବେ ଗର୍ଭବତୀ ହୋଇଛନ୍ତି । ଗର୍ଭ ଧାରଣ କରିବାରେ ନାବାଳିକାଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ବୋଲି ରିପୋର୍ଟ ରହିଛି ।

ଏହା ଅନୁସାରେ ଯଦି ଏହି ଲକଡାଉନ ଆହୁରି 6 ମାସ ଜାରି ରହେ ଏବଂ ସ୍ବାସ୍ଥ୍ୟ ସେବାରେ ବିପର୍ଯ୍ୟୟ ଦେଖାଦିଏ ତେବେ ବିକାଶନ୍ମୁଖୀ ଏବଂ ବିକାଶଶୀଳ ରାଷ୍ଟ୍ରର 47 ମିଲିୟନ ମହିଳା ଗର୍ଭନିରୋଧକ ବଟିକା ପାଇବେ ନାହିଁ । ଫଳରେ 7 ମିଲିୟନ ଅନିଚ୍ଛା ଗର୍ଭଧାରଣ ଦେଖାଦେବ । 31 ମିଲିୟନ ଲିଙ୍ଗ ଗତ ହିଂସା ମଧ୍ୟ ଦେଖାଦେବ । 2 ମିଲିୟନ ମହିଳା ଯୌନ ଅସଦାଚରଣର ଶିକାର ହେବେ । ସେହିପରି 10 ବର୍ଷ ମଧ୍ୟରେ 13 ମିଲିୟନ ବାଲ୍ୟ ବିବାହ ହୋଇଯିବ ଯାହାକୁ ଆରାମରେ ଅଣଦେଖା କରାଯାଇପାରିବ ଯଦି ଆମେ ଏବେଠାରୁ ସତର୍କ ହୋଇଯିବା । ଏହି ମହାମାରୀ ସମୟରେ ଶ୍ରମିକ ଭାବେ କାମ କରୁଥିବା ମହିଳା ଅଧିକ କଷ୍ଟ ପାଇଛନ୍ତି । ବିଶ୍ବର ପ୍ରାୟ 60 ପ୍ରତିଶତ ମହିଳା ଶ୍ରମିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି ।

ବିଶ୍ବର 10ଟି ସର୍ବାଧିକ ଜନବହୁଳ ରାଷ୍ଟ୍ର(ଜୁଲାଇ 1, 2020 ସୁଦ୍ଧା)-

ଚୀନ୍- 139.4 କୋଟି

ଭାରତ- 132.6 କୋଟି

ଆମେରିକା- 33.2 କୋଟି

ଇଣ୍ଡୋନେସିଆ- 26.7 କୋଟି

ପାକିସ୍ତାନ- 23.3 କୋଟି

ନାଇଜେରିଆ- 21.4 କୋଟି

ବ୍ରାଜିଲ- 21.1 କୋଟି

ବାଂଲାଦେଶ- 16.2 କୋଟି

ଋଷ- 14.1 କୋଟି

ମେକ୍ସିକୋ- 12.8 କୋଟି

ମିଳିତ ଜାତିସଙ୍ଘର ଏକ ରିପୋର୍ଟ ଅନୁସାରେ ଆଗାମୀ 30 ବର୍ଷ ମଧ୍ୟରେ ବିଶ୍ବର ଜନସଂଖ୍ୟା 2 ବିଲିୟନ ବୃଦ୍ଧି ପାଇବ । ବର୍ତ୍ତମାନ ଏହା 7.7 ବିଲିୟନ ଥିବାବେଳେ 2050ରେ ଏହା 9.7 ବିଲିୟନ ହେବ । ବିଶ୍ବର ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବ । ମୃତ୍ୟୁ ସଂଖ୍ୟା ଏବଂ ଏମିଗ୍ରେସନ ଯୋଗୁଁ କିଛି ରାଷ୍ଟ୍ରରେ ଜନସଂଖ୍ୟା କମିଲେ ବି ଏହା ଅନ୍ୟ ରାଷ୍ଟ୍ର ଉପରେ ପ୍ରଭାବ ପକାଇବ ନାହିଁ । ସେସବୁ ଦେଶରେ ଜନସଂଖ୍ୟା ଲଗାତାର ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

ABOUT THE AUTHOR

...view details