ଭୋପାଳ: ଗାଡି ୱାଲା ଆୟା ଘରସେ କଚରା ନିକାଲ୍....ପ୍ଲାଷ୍ଟିକ ଆବର୍ଜନା ସଂଗୃହିତ ପାଇଁ ଲେଖାଯାଇଥିବା ଏହି ଗୀତ ଅଳ୍ପ ଦିନରେ ବେଶ୍ ପରିଚିତ ଲାଭ କରିଛି । ସକାଳୁ ସକାଳୁ ଏହି ଗୀତ ବାଜିବା କ୍ଷଣି ଯିଏ ଯୋଉ କାମ କରୁଥିଲେ ବି ଘରର ଅଳିଆ ଆବର୍ଜନା ଧରି ବାହାରକୁ ଦୌଡି ଆସନ୍ତି । ଆଉ ଏହି ଗୀତକୁ ଗାଇଛନ୍ତି ମଧ୍ୟପ୍ରଦେଶର ଶ୍ୟାମ ବୈରାଗ ।
ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି ପ୍ଲାଷ୍ଟିକ । ତଥାପି ଦେଶର ଅଧିକାଶଂ ଗାଁ ଓ ସହରରେ ବେଧଡକ ଭାବେ ଚାଲିଛି ଏହାର ବ୍ୟବହାର । ଯାହାର ପରିଣାମ ସ୍ବରୂପ ଆଜି ପ୍ରଦୂଷଣ ମାତ୍ରା ଦ୍ବିଗୁଣିତ ହୋଇଛି । ପ୍ଲାଷ୍ଟିକର ଭୟାବହତା ସମ୍ପର୍କରେ ଜାଣି ବି କରିଚାଲିଛନ୍ତି ଅବାଧ ବ୍ୟବହାର । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ଯୋଗୁଁ ଫସଲ ନଷ୍ଟ ହେବା ସହ ନଦୀ ଶୁଖି ଯିବାର ସମ୍ଭାବନା ରହିଛି ।
ଏକ ସର୍ଭେକ୍ଷଣରୁ ଜଣାପଡିଛି, ପୃଥିବୀ ପୃଷ୍ଠରେ ଏତେମାତ୍ରାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ରହିଛି, ଯାହାଦ୍ବାରା ପୃଥିବୀକୁ ଘୋଡାଇ ଦିଆଯାଇପାରିବ । ମୁଖ୍ୟତଃ ପ୍ଲାଷ୍ଟିକ ବିଘଟନ ହେବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ତାପପାତ୍ରା ପୃଥିବୀରେ ନାହିଁ, ଫଳରେ ଏହା ବିଘଟନ ହେବା ପରିବର୍ତ୍ତେ ଅବଶେଷ କାଳ କାଳ ପର୍ଯ୍ୟନ୍ତ ପଡିରହେ ।