ଓଡିଶା

odisha

ETV Bharat / bharat

ଦୂରଦର୍ଶନରେ ଆରମ୍ଭ ହେଲା 'ଶ୍ରୀକୃଷ୍ଣ'

ଆଜିଠୁ ଦୂରଦର୍ଶନରେ ଆରମ୍ଭ ଶ୍ରୀକୃଷ୍ଣ । ପୁଣି ଆଉ ଏକ ପୌରାଣିକ ଧାରାବାହିକର ମଜା ନେବେ ଦର୍ଶକ । ଅଧିକ ପଢନ୍ତୁ...

By

Published : May 3, 2020, 11:36 PM IST

shri krushna starts from today
ଦୂରଦର୍ଶନରେ ଆରମ୍ଭ ହେଲା 'ଶ୍ରୀକୃଷ୍ଣ'

ହାଇଦ୍ରାବାଦ: ଲକଡାଉନ ସମୟରେ ଦୂରଦର୍ଶନରେ ପୁନଃ ପ୍ରସାରଣ ହେଉଥିଲା ରାମାୟଣ ଏବଂ ମହାଭାରତ । ରାମାୟଣର ଅଧ୍ୟାୟ ଶେଷ ହେବା ପରେ ଉତ୍ତର ରାମାୟଣ ଆରମ୍ଭ ହୋଇଥିଲା । ମେ 2ରେ ଉତ୍ତର ରାମାୟଣ ଶେଷ ହେବା ପରେ ଆଜି ରାତି ଅର୍ଥାତ୍‌ ମେ 3 ରାତି 9ଟା ସମୟରେ ଶନିବାର ଠାରୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ 'ଶ୍ରୀକୃଷ୍ଣ'ର ପ୍ରସାରଣ ଆରମ୍ଭ ହୋଇଛି ।

ପ୍ରତିଦିନ ରାତି 9ଟା ଏବଂ ସକାଳ 9ଟା ସମୟରେ ଏହାର ପୁନଃ ପ୍ରସାରଣ ହେବ । 1993ରେ ପ୍ରସାରିତ ହେଉଥିବା ଶ୍ରୀକୃଷ୍ଣରେ ସର୍ବଦମନ ଡି ବାନାର୍ଜୀ କୃଷ୍ଣ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଜୀବନ୍ତ ଅଭିନୟ ପାଇଁ ଦର୍ଶକ ଖୁବ ପ୍ରଶଂସା କରିଥିଲେ ।

ଲକଡାଉନ ଆରମ୍ଭରୁ ପ୍ରସାରିତ ରାମାୟଣ ଦର୍ଶକଙ୍କ ମନ ଜିତିପାରିଥିଲା । ଏହି ଧାରାବାହିକ ମଧ୍ୟ ଦର୍ଶକଙ୍କ ମନ ଜିଣିପାରିବ ବୋଲି ଆଶା ରହିଛି ।

ABOUT THE AUTHOR

...view details