ଓଡିଶା

odisha

By

Published : Oct 9, 2020, 8:06 PM IST

ETV Bharat / bharat

ସୋପିଆନ ନକଲି ଏନକାଉଣ୍ଟର: ମୃତ 3 ଯୁବକଙ୍କ ପରିବାରକୁ ଭେଟିଲେ ଏଲଜି ସିହ୍ନା

ସୋପିଆନରେ ହୋଇଥିବା ନକଲି ଏନକାଉଣ୍ଟରରେ ମୃତ 3 ଜଣ ଯୁବକଙ୍କ ପରିବାରର ଜଣେ-ଜଣେ ସଦସ୍ୟଙ୍କୁ ଭେଟିଛନ୍ତି ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ମୃତ 3 ଜଣ ଯୁବକଙ୍କ ପରିବାରର ଜଣେ-ଜଣେ ସଦସ୍ୟଙ୍କୁ ମିଳିବ ଚାକିରୀ । ଅଧିକ ପଢନ୍ତୁ...

ସୋପିଆନ ନକଲି ଏନକାଉଣ୍ଟ: ମୃତ 3 ଯୁବକଙ୍କ ପରିବାରକୁ ଭେଟିଲେ ଏଲଜି ସିହ୍ନା
ସୋପିଆନ ନକଲି ଏନକାଉଣ୍ଟ: ମୃତ 3 ଯୁବକଙ୍କ ପରିବାରକୁ ଭେଟିଲେ ଏଲଜି ସିହ୍ନା

ଶ୍ରୀନଗର: କାଶ୍ମୀର ଘାଟିର ସୋପିଆନରେ ହୋଇଥିବା ନକଲି ଏନକାଉଣ୍ଟରରେ ମୃତ 3 ଜଣ ଯୁବକଙ୍କ ପରିବାରର ଜଣେ-ଜଣେ ସଦସ୍ୟଙ୍କୁ ମିଳିବ ଚାକିରୀ । ଏନେଇ ଗୁରୁବାର ପୀଡିତ ପରିବାରଙ୍କୁ ଭେଟିବାକୁ ଯାଇଥିବା ବେଳେ ଏହା ଘୋଷଣା କରିଛନ୍ତି ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏଲଜି ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ଉପରାଜ୍ୟପାଳ ମନୋଜ ସିହ୍ନା ସୋପିଆନ ଏନକାଉଣ୍ଟରରେ ପ୍ରାଣ ହରାଇଥିବା 3 ଯୁବକଙ୍କ ପରିବାରକୁ ଭେଟିବା ପାଇଁ ରାଜୌରୀ ଜିଲ୍ଲାର ତାରକାସି ଗାଁରେ ପହଞ୍ଚିଥିଲେ। ସେମାନଙ୍କୁ ନିଶ୍ଚୟ ନ୍ୟାୟ ପ୍ରଦାନ କରାବ ବୋଲି ଏଲଜି ପ୍ରତିଶୃତି ଦେଇଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସିହ୍ନା ପ୍ରଥମେ ରାଜୌରୀ ଗାଁରେ ଏକ ଜନସମାବେଶକୁ ସମ୍ବୋଧିତ କରିଥିଲେ । ପରେ ପ୍ରାୟ ଅଢେଇ କିଲୋମିଟର ଚାଲିଚାଲି ତାରକାସି ଗାଁରେ ପହଞ୍ଚିଥିଲେ । ସେଠାରେ ସେ ଏନକାଉଣ୍ଟରରେ ମୃତ ଜଣେ ଯୁବକଙ୍କ ପିତା ମହମ୍ମଦ ୟୁସୁଫଙ୍କ ଘରକୁ ଯାଇଥିଲେ। ଅନ୍ୟ ଦୁଇ ପରିବାର ମଧ୍ୟ ୟୁସୁଫଙ୍କ ଘରେ ଉପସ୍ଥିତ ଥିଲେ। ତିନିଜଣ ଯୁବକଙ୍କର ପରିବାରବର୍ଗଙ୍କ ପକ୍ଷରୁ କରାଯାଇଥିବା ଦାବିକୁ ସିହ୍ନା ଶୁଣିଲେ ଏବଂ ସେମାନଙ୍କୁ ସମସ୍ତପ୍ରକାର ସାହାଯ୍ୟ ପାଇଁ ଆଶ୍ବାସନା ଦେଇଛନ୍ତି ।

ଏହି ଘଟଣା ସାମ୍ନାକୁ ଆସିବା ପରଠାରୁ ଇମତିଆଜ ଅହମ୍ମଦ, ଅବର ଅହମ୍ମଦ ଏବଂ ଇବ୍ରାର ଅହମ୍ମଦଙ୍କ ପରିବାର ସଦସ୍ୟ ନ୍ୟାୟ ପାଇଁ ଦାବି କରିଆସୁଛନ୍ତି । ତେବେ ପରିବାରବର୍ଗଙ୍କ ଧୈର୍ଯ୍ୟ ଓ ସାହସକୁ ପ୍ରସଂଶା କରିଥିଲେ ଏଲଜି ।

ମଜୁରୀ କାମ ପାଇଁ ଶୋପିଆନ ଯାଇଥିବା ଜଣେ ନାବାଳକ ସମେତ 2 ଯୁବକ ଜୁଲାଇ 17 ସଂଧ୍ୟାରେ ନିଖୋଜ ହୋଇଯାଇଥିଲେ । ରାଜୋରି ଜିଲ୍ଲା କୋଟରଙ୍କା ବାସିନ୍ଦା ବାଗଗା ଖାନଙ୍କ ପୁଅ ଅହମ୍ମଦ ଖାନ, ତାଙ୍କ ଶଳା ଅବରର ଅହମ୍ମଦ, ଏବଂ ତାଙ୍କର ଜଣେ ସମ୍ପର୍କୀୟ ଇମତିଆଜ ଅହମ୍ମଦ ମଜୁରୀ କାମ ପାଇଁ ଶୋପିଆନ ଯାଇଥିଲେ । ଜୁଲାଇ 18 ପୂର୍ବାହ୍ନରେ ପୋଲିସ ଏବଂ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ ଦକ୍ଷିଣ କାଶ୍ମୀରର ଶୋପିଆନ ଜିଲ୍ଲାର ଆମିସିପୋରା ଗାଁରେ ଏକ ଏନକାଉଣ୍ଟରରେ ତିନି ଜଣ ଅଜ୍ଞାତ ଆତଙ୍କବାଦୀଙ୍କ ଏନକାଉଣ୍ଟର କରିଥିବା ଦାବି କରିଥିଲେ । ହେଲେ ପରେ ଏହି ଏନକାଉଣ୍ଟର ନକଲି ବୋଲି ଜଣାପଡିଛି ।

ABOUT THE AUTHOR

...view details