ନୂଆଦିଲ୍ଲୀ: ମଟରସାଇକେଲରେ ଆସି ଅଜଣା ଦୁର୍ବୃତ୍ତ ଦୋକାନୀ ମାଲିକକୁ ଗୁଳି କରି ହତ୍ୟା କରିଛନ୍ତି । ଗୁରୁବାର ରାତିରେ ଦେଶର ରାଜଧାନୀ ନୂଆଦିଲ୍ଲୀର ଫତେହପୁର ବେରୀ ଥାନା ଅଞ୍ଚଳରେ ଏଭଳି ଅଘଟଣ ଘଟିଛି । ମୃତବ୍ୟକ୍ତି ଜଣକ ଡେରା ଗ୍ରାମର 47 ବର୍ଷିୟ ରବି କୁମାର ସିଂହାଲ ବୋଲି ଜଣାପଡିଛି ।
ପୋଲିସ ମୁତାବକ ସିଂହାଲଙ୍କ ହେଲପର ବିଶ୍ବନାଥ ଦାସ କହିବା ଅନୁସାରେ ଦୋକାନୀ ମାଲିକ ନିଜର ଷ୍ଟୋର ବନ୍ଦ କରିବା ସମୟରେ ତିନି ଜଣ ଅଜଣା ବ୍ୟକ୍ତି ତାଙ୍କୁ ଗୁଳି କରିଥିଲେ । ମାଲିକ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସିଂହାଲ ଦୋକାନରୁ ରଖିଥିବା ପଇସା ମଧ୍ୟ ନେଇଯାଇଛନ୍ତି । ଏହା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ହେଲପର ବିଶ୍ବନାଥ ଦାସଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା । ଏହାପରେ ସିଂହାଲଙ୍କୁ ସଫଦରଜଙ୍ଗ ହସପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।