ଓଡିଶା

odisha

ETV Bharat / bharat

ଟିଡିପିକୁ ଝଟକା: ପଦ୍ମ ଧରିଲେ ଦଳୀୟ କର୍ମକର୍ତ୍ତା

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ତେଲୁଗୁ ଦେଶମ୍ ପାର୍ଟିକୁ(ଟିଡିପି) ମିଳିବାରେ ଲାଗିଛି ଜୋରଦାର ଝଟକା। ପ୍ରଥମେ ଶାସନ ଗାଦିରୁ ଗାଦିଚ୍ୟୁତ ହେବା ପରେ ଏବେ ଦଳର ରାଜ୍ୟସଭା ସାଂସଦ, ନେତା ଏବଂ କର୍ମକର୍ତ୍ତା ଏବେ ନିଜ ଦଳ ଛାଡି ବିଜେପିରେ ସାମିଲ ହେବାରେ ଲାଗିଛନ୍ତି।

By

Published : Aug 19, 2019, 11:36 AM IST

ଫଟୋ ସୌଜନ୍ୟ: ଟ୍ବିଟର@ANI

ହାଇଦ୍ରାବାଦ: ଏକଦା ଅବିଭକ୍ତ ଆନ୍ଧ୍ରପ୍ରଦେଶ ରାଜନୀତିକୁ ନିୟନ୍ତ୍ରଣ କରୁଥିବା ତେଲୁଗୁ ଦେଶମ ପାର୍ଟିକୁ (ଟିଡିପି) ଲାଗିଛି ଜୋରଦାର ଝଟକା। ଚଳିତ ବର୍ଷ ଏପ୍ରିଲରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ଦଳୀୟ ଘୋର ବିପର୍ଯ୍ୟୟର ସାମ୍ନା କରିଛି। ପ୍ରଥମେ ଆନ୍ଧ୍ର ପ୍ରଦେଶରେ ଶାସଦ ଗାଦି ହାତରୁ ଚାଲିଯିବା ପରେ ଏବେ ଦଳୀୟ କର୍ମକର୍ତ୍ତା ଦଳକୁ ବାଏ ବାଏ କହିବାରେ ଲାଗିଛନ୍ତି।

ଆଉ ଏହିକ୍ରମରେ ଗତକାଲି ହାଇଦ୍ରାବାଦ ଠାରେ ଟିଡିପିର ପ୍ରାୟ 60ରୁ ଊର୍ଦ୍ଧ୍ବ ପ୍ରମୁଖ ନେତା, ସଙ୍ଗଠକ ଏବଂ କର୍ମୀ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଟିଡିପିର ବହୁ ଜାତୀୟ, ରାଜ୍ୟ ଏବଂ ଜିଲ୍ଲାସ୍ତରର ନେତା।

ଏହା ପୂର୍ବରୁ ଗତ ଜୁନମାସରେ ଦଳର 4 ଜଣ ରାଜ୍ୟସଭା ସାଂସଦ ନୂଆଦିଲ୍ଲୀ ଠାରେ ବିଜେପିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ଟିଡିପି ଏକ ପ୍ରକାର ମୂଳପୋଛ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଦଳକୁ ମାତ୍ର 23ଟି ମିଳିଥିଲା ବେଳେ, ଲୋକସଭାରେ 3 ଆସନ ପାଇଥିଲା। ଅନ୍ୟପଟେ ରାଜ୍ୟସଭାରେ ମୋଟ 6 ଜଣ ସାଂସଦ ଥିବା ବେଳେ ବର୍ତ୍ତମାନ ଏହା 2କୁ ଖସିଯାଇଛି।

ହାଇଦ୍ରାବାଦରେ ଆୟୋଜିତ ହୋଇଥିବା ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଟିଡିପିର ବହୁ ଜାତୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରର ନେତା ନିଜ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଦଳକୁ ସ୍ବାଗତ କରୁଛୁ। ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ଡିସେମ୍ବର 31 ଆଗରୁ ଅନୁଷ୍ଠିତ ହେବ। ଏବା ପୂର୍ବରୁ ସେପ୍ଟମ୍ବରରେ 8 ଲକ୍ଷ ବୁଥ୍, ନଭେମ୍ବରରେ ଜିଲ୍ଲା ଏବଂ ଡିସେମ୍ବର 15 ସୁଦ୍ଧା ରାଜ୍ୟ ଶାଖାର ନିର୍ବାଚନ ହେବ।

ABOUT THE AUTHOR

...view details