ଓଡିଶା

odisha

କୋରୋନା ମୁକାବିଲା; ଶିବସେନା ବିଧାୟକ, ସାଂସଦ ଦେବେ ଏକ ମାସର ଦରମା

By

Published : Mar 27, 2020, 4:54 PM IST

କୋରୋନା ମୁକାବିଲା ପାଇଁ ଶିବସେନା ସାଂସଦ ବିଧାୟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେବେ ଏକ ମାସର ଦରମା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

shivsena
shivsena

ମୁମ୍ବାଇ: ମହାମାରୀ କୋରୋନା ସାରା ଦେଶର କାୟା ବିସ୍ତାର କରିବାରେ ଲାଗିଛି । ଏହି ସଂକଟ ସମୟରେ ଶିବସେନାର ସମସ୍ତ ବିଧାୟକ ସାଂସଦ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକମାସର ଦରମା ଦାନ କରିବେ । ଦେଶର ବର୍ତ୍ତମାନ ସବୁଠାରୁ ଅଧିକ କୋରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ କୋଭିଡ-19 ସଂକ୍ରମିତ ସଂଖ୍ୟା 135ର ପହଞ୍ଚିଥିବା ବେଳେ ଆଜି ନାଗପୁରରେ ଆଉ 5ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 2 ଜଣ ମହିଳା ଓ 3 ଜଣ ପୁରୁଷ ଅଛନ୍ତି । ସାରାଦେଶରେ କୋରୋନା ସଂକ୍ରମିତ ସଂଖ୍ୟା 724ରେ ପହଞ୍ଚିଥିବା ବେଳେ ସେଥିରେ 17 ଜଣଙ୍କ ଜୀବନ ଗଲାଣି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଏବେ ପୁରା ବେହାଲ ହୋଇପଡିଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଗୁରୁତ୍ବପୂ୍ର୍ଣ୍ଣ ବୈଠକ କରିଛନ୍ତି । ବୈଠକରେ ହୋଇଥିବା ନିଷ୍ପତି ଅନୁସାରେ ସମସ୍ତ ଜରୁରୀ ସେବାକୁ 24 ଘଣ୍ଟା ଖୋଲା ରଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details