ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ ଆଗତ ପୂର୍ବରୁ ଶିବସେନାର ୟୁ-ଟର୍ଣ୍ଣ

ବୁଧବାର ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ (ସିଏବି) । ବିଲ ଆଗତ ପୂର୍ବରୁ ୟୁ-ଟର୍ଣ୍ଣ ମାରିଛି ଶିବସେନା।

shiv sena takes u- turn before the Citizenship (Amendment) Bill put in RS
ନାଗରିକତା ସଂଶୋଧନ ବିଲ

By

Published : Dec 11, 2019, 12:16 PM IST

ନୂଆଦିଲ୍ଲୀ: ଆଜି(ବୁଧବାର)ରାଜ୍ୟସଭାରେ ଆଗତ ହେବ ନାଗରିକ ସଂଶୋଧନ ବିଲ (ସିଏବି) । କିନ୍ତୁ ବିଲ ଆଗତ ପୂର୍ବରୁ ଶିବସେନା ୟୁ-ଟର୍ଣ୍ଣ ମାରିଛି । ଲୋକସଭାରେ ନାଗରିତ ସଂଶୋଧନ ବିଲକୁ ଶିବସେନା ସମର୍ଥନ ଜଣାଇଥିବାବେଳେ ହଠାତ ରାହୁଲ ଗାନ୍ଧୀଙ୍କ ଟ୍ବିଟ ପରେ ୟୁ-ଟର୍ଣ୍ଣ ମାରିଛି ଦଳ ।

ତେବେ ରାଜ୍ୟସଭାରେ ବିଲ ଆଗତ ହେବା ପୂର୍ବରୁ ସର୍ତ୍ତ ରଖିଛି ଶିବସେନା । ମଙ୍ଗଳବାର ଶିବସେନା ଅଧ୍ୟକ୍ଷ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, ନାଗରିକତା ସଂଶୋଧନ ବିଲକୁ ଶିବସେନା ସମର୍ଥନ କରିବ ନାହିଁ । କାରଣ ଲୋକସଭାରେ ଆମ ସାଂସଦ ରଖିଥିବା ପ୍ରଶ୍ନର ଉତ୍ତର ଦେଇନାହାଁନ୍ତି ଗୃହମନ୍ତ୍ରୀ । ଉଲ୍ଲେଖଥାଉକି, ବିଲ ଆଗତ ସମୟରେ ଶିବସେନା ସାଂସଦ କହିଥିଲେ, ଯେଉଁମାନଙ୍କୁ ନାଗରିକତା ମିଳିବ ସେମାନଙ୍କ ପାଇଁ ଭୋଟ ଦେବାର ଅଧିକାର 25 ବର୍ଷ ଯାଏଁ ରହିବ ଦରକାର । ସେହିପରି ଅନ୍ୟ ଏକ ପ୍ରଶ୍ନ ମଧ୍ୟ ପଚାରିଥିଲା ଶିବସେନା । ତାହା ଥିଲା, ଯେଉଁ ନାଗରିକଙ୍କୁ ନାଗରିକତା ଦିଆଯାଉଛି, ସେମାନେ କେଉଁ ରାଜ୍ୟରେ ରହିବେ ?

ସେହିପରି ମହାରାଷ୍ଟ୍ରରେ ଶିବସେନାର ଅନ୍ୟତମ ସହଯୋଗୀ ଏନସିପି କହିଛି ଯେ, ଉଭୟ ପାର୍ଟି ଭିନ୍ନ ଅଟନ୍ତି ଏବଂ ନିଜ ପାଇଁ ସବୁ ପ୍ରସଙ୍ଗ ଉପରେ ସମାନ ବିଚାର ରଖିବା ସମ୍ଭବ ନୁହେଁ ।

ABOUT THE AUTHOR

...view details