ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍ (ସିଏବି) ଉପରେ କ୍ୟାବିନେଟର ମୋହର ବାଜିଛି । ଏହି ବିଲ୍କୁ କଂଗ୍ରେସ ସମେତ ଅନେକ ଦଳ ବିରୋଧ କରୁଛନ୍ତି । ମାତ୍ର ମହାରାଷ୍ଟ୍ରରେ କଂଗ୍ରେସ ସହ ମେଣ୍ଟ କରି ସରକାର ଗଢିଥିବା ଶିବସେନା ଏହି ବିଲ୍କୁ ସମର୍ଥନ କରିଛି । ଶିବସେନା ନେତା ସଞ୍ଜୟ ରାଉତ ଏହି ବିଲ୍କୁ ନେଇ କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ବିରୋଧରେ ଶିବସେନା ସଦାସର୍ବଦା ରହିଛି । ମୁମ୍ବାଇକୁ ମଧ୍ୟ ବାଲାଂଦେଶୀଙ୍କ ସାମ୍ନା କରିବାକୁ ପଡିଛି। ରାଷ୍ଟ୍ରୀୟ ସୁରକ୍ଷା ଉପରେ କଥା ଆସିଲେ ଶିବସେନା ଯେକୌଣସି ଦଳ ହେଲେ ମଧ୍ୟ ସମର୍ଥନ କରିବ।
ନାଗରିକତା ସଂଶୋଧନ ବିଲ୍: ମୋଦି ସରକାରଙ୍କୁ ଶିବସେନାର ସମର୍ଥନ - ନାଗରିକତା ସଂଶୋଧନ ବିଲ୍ କ୍ୟାବିନେଟର ମୋହର
ନାଗରିକତା ସଂଶୋଧନ ବିଲ୍ (ସିଏବି)କୁ ଶିବସେନାର ସମର୍ଥନ । ଶିବସେନା ନେତା ସଞ୍ଜୟ ରାଉତ ଏହି ବିଲ୍କୁ ନେଇ କହିଛନ୍ତି ଯେ, ଅନୁପ୍ରବେଶକାରୀଙ୍କ ବିରୋଧରେ ଶିବସେନା ସଦାସର୍ବଦା ରହିଛି । ଅଧିକ ପଢନ୍ତୁ...
ସଞ୍ଜୟ ରାଉତ ଆହୁରି କହିଛନ୍ତି ଯେ, ସମସ୍ତ ରାଜ୍ୟରେ ଏହି ବିଲ୍କୁ ନେଇ ରାୟ ଭିନ୍ନ ଭିନ୍ନ ପ୍ରକାରର ରହିଛି। ସମସ୍ତଙ୍କ ରାୟକୁ ଗ୍ରହଣ କରିବା ଆବଶ୍ୟକ ରହିଛି । ଏହି ବିଲ୍ ସଂସଦେରେ ପାରିତ ହୋଇ ଆଇନରେ ପରିଣତ ପରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଦୃଷ୍ଟିକୋଣରୁ ନିର୍ଯ୍ୟାତିତ ହିନ୍ଦୁ, ଶିଖ, ଇସାଇ, ପାର୍ସି, ଜୈନ ଓ ବୌଦ୍ଧ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇପାରିବ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସ୍ବତନ୍ତ୍ର ଶ୍ରେଣୀର ଓ ଅବୈଧ ପ୍ରବାସୀଙ୍କୁ ନାଗରିକତା ପତ୍ର ପ୍ରଦାନ କରିବାକୁ ଉଦ୍ଦିଷ୍ଟ ଅଧିନିୟମ 1955ର ସଂଶୋଧନ କରିବା ଏହି ବିଲ୍ର ଲକ୍ଷ୍ୟ । ଏହି ବିଲ୍ରେ ମୁସଲିମଙ୍କୁ ସାମିଲ କରାଯାଇନଥିବାରୁ ବିପକ୍ଷ, ସଂଖ୍ୟାଲଘୁ ସଙ୍ଗଠନ ଓ ଅନ୍ୟ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିରୋଧି ଏହି ବିଧେୟକକୁ ବିରୋଧ କରିବାର କାରଣ, ଏହା ସମ୍ବିଧାନର ବିରୋଧ ରହିଛି। ସମ୍ବିଧାନରେ ଧର୍ମର ଆଧାରରେ କୌଣସି ନାଗରିକ ସହ ଭେଦଭାବ ବିଚାର କରାଯାଇପାରିବା ଅଧିକାର କୌଣସି ଦଳ ବା ବ୍ୟକ୍ତି ବିଶେଷ ପାଖରେ ନାହିଁ।