ମୁମ୍ବାଇ: ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଦେଶରେ ଲାଗୁ ହୋଇଛି ନିର୍ବାଚନୀ ଆଚରଣ ବିଧି । କିନ୍ତୁ ଏହି ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରୁଛନ୍ତି ସମସ୍ତ ଦଳର ନେତା । ଏହାସହ ନିର୍ବାଚନ ଆୟୋଗଙ୍କ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ସୃଷ୍ଟି କରୁଛନ୍ତି ନେତା । ଏହି କ୍ରମରେ ମହାରାଷ୍ଟ୍ରରୁ ଶିବସେନା ବରିଷ୍ଠ ନେତା ସଞ୍ଜୟ ରାଉତ ନିର୍ବାଚନୀ ଆଚରଣ ବିଧିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କୁ କଡା ଟିପ୍ପଣୀ କରି ବିବାଦରେ ଶିବସେନା - controversial
ନିର୍ବାଚନ ଆୟୋଗଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଉଛନ୍ତି ନେତା । ଏହି କ୍ରମରେ ମହାରାଷ୍ଟ୍ରରୁ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ନିର୍ବାଚନୀ ଆଚରଣ ବିଧିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।
ଫାଇଲ ଫଟୋ
ଆଚରଣ ବିଧି ବୋଲି କିଛି ନାହିଁ । ଏହା କେବଳ ଲୋକଦେଖାଣିଆ ପାଇଁ କରାଯାଇଛି । ଏପରି ଆଇନ, ନିର୍ବାଚନୀ ବିଧିକୁ ଶିବସେନା ପ୍ରତ୍ୟାଖାନ କରେ । ବରଂ ଯେଉଁ କଥା ମନରେ ଅଛି, ତାହାକୁ ଯଦି ପ୍ରକାଶ ନ କରିବୁ ତେବେ ନିଶ୍ବାସ ନେବାକୁ କଷ୍ଟ ହୋଇଥାଏ ବୋଲି ଶିବସେନା ନେତା କହିଛନ୍ତି ।
ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ କରି ଲୋକସଭା ନିର୍ବାଚନ ଲଢୁଛନ୍ତି । ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ବିଜେପି ୨୫ ଓ ଶିବସେନା ୨୩ ଆସନରେ ନିର୍ବାଚନ ଲଢୁଛି ।