ଶିମଲା: ହିମାଚଳ ପ୍ରଦେଶରେ ଭୂମିକମ୍ପ । ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସକାଳେ ଚାମ୍ବା ଜିଲ୍ଲାର ପାଞ୍ଚ କିଲୋମିଟର ମଧ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ମାତ୍ର ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି ।
ହିମାଚଳ ପ୍ରଦେଶରେ ଭୂମିକମ୍ପ
ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ସାମାନ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।
ହିମାଚଳ ପ୍ରଦେଶରେ ଭୂମିକମ୍ପ
ସୂଚନା ଅନୁଯାୟୀ, ସୋମବାର ସକାଳ 7.53 ସମୟରେ ଚାମ୍ବା ଜିଲ୍ଲାରେ 48 ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲ 3.5 ରେକର୍ଡ କରାଯାଇଛି ।
ପ୍ରକାଶ ଥାଉକି, ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାରେ ସର୍ବାଧିକ ଭୂମିକମ୍ପ ଅନୁଭୂତ ହୋଇଛି । ଗତ ମାର୍ଚ୍ଚ ଶେଷ ସପ୍ତାହରେ ଚାମ୍ବା ଜିଲ୍ଲାରେ 6 ଥର ଭୂମିକମ୍ପ ଅନୁଭୂତ ହୋଇଥିଲା ।