ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡର ଅଧ୍ୟକ୍ଷ ୱାସିମ ରିଜଭି ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିବାଦପୂର୍ଣ୍ଣ ବୟାନ ଦେଇଛନ୍ତି । ଦେଶର ଭଲ ପାଇଁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ ଲାଗୁ ହେବା ଜରୁରୀ ବୋଲି ମତ କହିଛନ୍ତି ୱାସିମ ରିଜଭି ।
ସେ ଆହୁରି କହିଛନ୍ତି ଯେ, କିଛି ଲୋକଙ୍କ ମତରେ ଶିଶୁ ଜନ୍ମ ପ୍ରାକୃତିକ ପ୍ରକ୍ରିୟା ଓ ଭଗବାନଙ୍କ ଦାନ । ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ମାତ୍ର ପଶୁ ଭଳି ଛୁଆ ଜନ୍ମ କରିବା ସମାଜ ଓ ଦେଶ ପାଇଁ ହାନିକାରକ । ତେଣୁ ଜନସଂଖ୍ୟା ନିୟନ୍ତ୍ରଣ କାନୁନ ପୁରା ଦେଶରେ ଲାଗୁ ହେବା ଆବଶ୍ୟକ ।