ଓଡିଶା

odisha

ETV Bharat / bharat

ଶ୍ରତୁଘ୍ନ ଭାଙ୍ଗିଲେ ଖାମୋସି, ଧରିଲେ 'ହାତ'

ହାତ ଧରିଛନ୍ତି ବିଜେପିର ଶତ୍ରୁ । ବିଜେପି ଛାଡି କଂଗ୍ରେସରେ ମିଶିଛନ୍ତି ବଲିଉଡ ଅଭିନେତା ତଥା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ।

By

Published : Apr 6, 2019, 3:54 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଶେଷରେ ହାତ ଧରିଲେ ଶତ୍ରୁଘ୍ନ ସିହ୍ନା । ବଲିଉଡ ଅଭିନେତା ତଥା ବିଜେପି ସାଂସଦ ଶନିବାର କଂଗ୍ରେସରେ ସାମିଲ ହୋଇଛନ୍ତି ।

ତେବେ ଦଳରେ ଥାଇ ମଧ୍ୟ ଅନେକ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ ଶତ୍ରୁଘ୍ନ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନେକ ସମସୟରେ ସିଧାସଳଖ ଟାର୍ଗେଟ କରିଥାନ୍ତି ବିଜେପି ସାଂସଦ ।

ଶେଷରେ ସେ ଶନିବାର ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା ଏବଂ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି । ପାଟନା ସାହିବରୁ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ।

ତେବେ ଅନେକ ଆଗରୁ ସେ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା ।

ABOUT THE AUTHOR

...view details