ନୂଆଦିଲ୍ଲୀ: କୌଣସି ନା କୌଣସି କାରଣରୁ କଂଗ୍ରେସ ସାଂସଦ ଶଶି ଥରୁର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜ ମନ୍ତବ୍ୟକୁ ନେଇ ତ ଆଉ କେତେବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । କିନ୍ତୁ ଏସବୁ ବ୍ୟତୀତ ଏମିତି କିଛି ଜିନିଷ ଅଛି ଯାହା ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ ତାହା ହେଉଛି ତାଙ୍କର ଇଂରାଜୀ ଜ୍ଞାନ । ଶଶି ଥରୁରଙ୍କ ଇଂରାଜୀ ଅଭିଧାନରେ ଏମିତି କିଛି ନା କିଛି ଶଦ୍ଦ ଆସିଥାଏ ଯାହାର ପୂର୍ବରୁ କୌଣସି ଅସ୍ତିତ୍ବ ନଥାଏ । ଏମିତି କହିପାରିବା ଯେ ସେ ସେହି ଶବ୍ଦର ନିଜେ ରଚୟିତା ।
ଏଥର ମଧ୍ୟ ସେ ଏକ ନୂତନ ଶବ୍ଦର ଉଦ୍ଭାବନ କରିଛନ୍ତି । ହିପ୍ପୋପୋଟୋମୋନଷ୍ଟ୍ରୋସେସ୍କିପେଡାଲିଓଫୋବିୟା… ଏହି ଶବ୍ଦରେ 35ଟି ଅକ୍ଷର ଅଛି ଏବଂ ଏହାର ଅର୍ଥ ହେଇଛି ଫୋବିୟା । ଫୋବିୟା ଏପରି ଏକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି କୌଣସି ଜିନିଷକୁ ଭୟ କରିଥାଏ ।
ତେବେ ଏହି ଶଦ୍ଦ ଚର୍ଚ୍ଚାର ପରିସରକୁ ଏଥିପାଇଁ ଆସିଛି କାରଣ ଇଣ୍ଟରନେଟ ସେନ୍ସେସ୍ ସାଲୋନି ଗୌଡ ଓରଫ 'ନଜମା ଆପି' ଯିଏ ମିମିକ୍ରି କରନ୍ତି । ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି । ସେ ଏହି ବିଷୟରେ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଶଶି ଥରୁରଙ୍କ ପରି ଇଂରାଜୀ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛନ୍ତି । ଏହି ଭିଡିଓରେ ସେ ସୁସ୍ମିତା ସେନଙ୍କ ଆଗାମୀ ୱେବ ସିରିଜ 'ଆର୍ଯ୍ୟ' ଏବଂ ଚନ୍ଦ୍ରଚୁଦ୍ ସିଂଙ୍କ ବିଷୟରେ କହୁଛନ୍ତି । ଏହି ୱେବ ସିରିଜ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଆସୁଛି ।