ଓଡିଶା

odisha

ETV Bharat / bharat

ଆଜି ଦିଲ୍ଲୀରେ ସମାପ୍ତ ହେବ ମହାରାଷ୍ଟ୍ର ହାଇଡ୍ରାମା! - ମହାରାଷ୍ଟ୍ର ନିର୍ବାଚନ

ମହାରାଷ୍ଟ୍ରରେ ଚାଲିଥିବା ହାଇଡ୍ରାମାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଏପରି ସ୍ଥିତିରେ କଂଗ୍ରେସ ଅଧକ୍ଷ୍ୟ ସୋନିଆ ଗାନ୍ଧିଙ୍କୁ ଏନ୍‌ସିପି ମୁଖ୍ୟ ମୁଖ୍ୟ ଶରଦ ପାୱାର ପରସ୍ପରକୁ ଆଜି ସାକ୍ଷାତ କରିବେ ।

ମହାରାଷ୍ଟ୍ର ନିର୍ବାଚନ

By

Published : Nov 18, 2019, 10:52 AM IST

Updated : Nov 18, 2019, 11:04 AM IST

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଚାଲିଥିବା ହାଇଡ୍ରାମାକୁ ନେଇ ଏବେ ମଧ୍ୟ ସସପେନ୍ସ ଜାରି ରହିଛି । ଏପରି ସ୍ଥିତିରେ କଂଗ୍ରେସ ଅଧକ୍ଷ୍ୟ ସୋନିଆ ଗାନ୍ଧିଙ୍କୁ ଏନ୍‌ସିପି ମୁଖ୍ୟ ମୁଖ୍ୟ ଶରଦ ପାୱାର ପରସ୍ପରକୁ ଆଜି (ସୋମବାର) ସାକ୍ଷାତ କରିବାକୁ ଯାଉଛନ୍ତି । ରାଜ୍ୟରେ 3 ଦଳ କଂଗ୍ରେସ, ଏନ୍‌ସିପି ଏବଂ ଶିବସେନାକୁ ନେଇ ଗଠିତ ହେବାକୁ ଥିବା ସାମ୍ଭାବ୍ୟ ମେଣ୍ଟ ସରକାର ଗଠନ କରିବା ପ୍ରସଙ୍ଗରେ ଚୁଡାନ୍ତ ଆଲୋଚନା ହୋଇପାରେ ବୋଲି କହିଛନ୍ତି ଏନସିପି ନେତା ନୱାବ ମଲ୍ଲିକ ।

ଫଟୋ ସୌଜନ୍ୟ- ଟ୍ବିଟର @ani

ରବିବାର ପାୱାରଙ୍କ ବାସଭବନରେ ଏନସିପିର କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ନୱାବ କହିଛନ୍ତି, କୋର କମିଟିର ମତ ଅନୁସାରେ ବର୍ତ୍ତମାନ ରାଜ୍ୟରେ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ସମାପ୍ତ ହେବା ସହ ଏକ ବିକଳ୍ପ ସରକାର ଗଠନ ହେବାର ଆବଶ୍ୟକତା ରହିଛି ।

ଅନ୍ୟପଟେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ଓ ସରକାର ଗଠନ ନେଇ ଶିବସେନା ସାଂସଦ ତଥା ଦଳର ମୁଖପାତ୍ର ସଞ୍ଜୟ ରାଉତ ରବିବାର ପ୍ରତିକ୍ରିୟା ରଖିଛନ୍ତି । ଶିବସେନା ଏବଂ ଏନସିପି-କଂଗ୍ରେସ ଦ୍ବାରା ଗଠିତ ସରକାର ଡିସେମ୍ବର ପ୍ରଥମ ସପ୍ତାହରେ ମହାରାଷ୍ଟ୍ରରେ ସରକାର କାର୍ଯ୍ୟଭାର ସମ୍ଭାଳିବେ। ସରକାର ଗଢିବାକୁ ଯାଉଥିବା ଏହି ତିନି ଦଳର ନେତା ଏକାଠି ହୋଇ ଏକ କମନ ମିନିମମ ପ୍ରୋଗ୍ରାମ ବା ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ଏହାସହ ଶିବସେନା ଆଗାମୀ 5ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦରେ ରହିବ ବୋଲି କୁହାଯାଇଛି।

Last Updated : Nov 18, 2019, 11:04 AM IST

ABOUT THE AUTHOR

...view details