ଓଡିଶା

odisha

ETV Bharat / bharat

ଆପ-କଂଗ୍ରେସ କଳିରେ ପାୱାର ମଧ୍ୟସ୍ଥି - politics

ଦିଲ୍ଲୀରେ ବିଜେପିକୁ ହରାଇବା ପାଇଁ ପାୱାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବରିଷ୍ଠ ନେତା ମଲିକାର୍ଜୁନ ଖଡଗେଙ୍କୁ ନିଜ ବାସଭବନରେ ସେ ଭେଟିଥିଲେ । ଉଭୟଙ୍କୁ ଦିଲ୍ଲୀରେ ଆପ ଓ କଂଗ୍ରେସ ମେଣ୍ଟ ପାଇଁ ସେ କିଛି ପରାମର୍ଶ ଦେଇଥିଲେ ।

ଡିଜାଇନ ଫଟୋ

By

Published : Mar 20, 2019, 9:19 AM IST

ନୂ୍ଆଦିଲ୍ଲୀ: ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମୀ ପାର୍ଟି(ଆପ) ମେଣ୍ଟ ଭିତରେ କନ୍ଦଳ ଲାଗି ରହିଛି । ମେଣ୍ଟ କରିବା ନେଇ ଉଭୟ ଦଳ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି । ଏବେ ଏହି କଳିର ସମାଧାନ ପାଇଁ ଏନସିପି ମୁଖ୍ୟ ଶରଦ ପାୱାର ଆଗକୁ ଆସିଛନ୍ତି ।

ଉଭୟ ଦଳ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଶରଦ ପାୱାର । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢିବା ପାଇଁ ଆପ ଓ କ‌ଂଗ୍ରେସକୁ ଏକଜୁଟ କରିବାକୁ ସେ ପ୍ରୟାସ କରୁଛନ୍ତି । ଏଥିପାଇଁ ଉଭୟ ଦଳର ହାଇପ୍ରୋଫାଇଲ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାସହ ଏହି ମେଣ୍ଟ ବିରୋଧରେ ଥିବା ଉଭୟ ଦଳର କିଛି ଅସନ୍ତୁଷ୍ଟିଆ ନେତାଙ୍କୁ ସେ ମନାଇବାକୁ ଚେଷ୍ଟା କରିଛନ୍ତି ।

ଦିଲ୍ଲୀରେ ବିଜେପିକୁ ହରାଇବା ପାଇଁ ପାୱାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବରିଷ୍ଠ ନେତା ମଲିକାର୍ଜୁନ ଖଡଗେଙ୍କୁ ନିଜ ବାସଭବନରେ ସେ ଭେଟିଥିଲେ । ଉଭୟଙ୍କୁ ଦିଲ୍ଲୀରେ ଆପ ଓ କଂଗ୍ରେସ ମେଣ୍ଟ ପାଇଁ ସେ କିଛି ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ଆପର କିଛି ନେତାଙ୍କୁ ମଧ୍ୟ ସେ ଭେଟି ଆଲୋଚନା କରିଛନ୍ତି । ଆପର ଅନେକ ନେତା ଏହି ମେଣ୍ଟ ବିରୋଧରେ ଥିଲେ । କିନ୍ତୁ ପାୱାରଙ୍କ ସହ ଆଲୋଚନା ପରେ ଏଥିରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

ତେବେ ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶିଲା ଦୀକ୍ଷିତ ଆପ ସହ ମେଣ୍ଟକୁ ବିରୋଧ କରୁଛନ୍ତି । ଏପରି ହେବା ଦ୍ବାରା କଂଗ୍ରେସ ଫାଇଦା ପାଇବ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ପାୱାରଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେବାର ଅନେକ ସମ୍ଭାବନା ରହିଛି । ଏବେ ସେ ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି କହିଛନ୍ତି ।

ABOUT THE AUTHOR

...view details