ଓଡିଶା

odisha

ETV Bharat / bharat

ଗାନ୍ଧୀଙ୍କ ସ୍ମୃତିରେ ମଧ୍ୟପ୍ରଦେଶ, ବଦଳାଇଛି ବହୁ ସ୍ଥାନର ନାଁ - ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶ ସହ ବାପୁଙ୍କ ରହିଛି କିଛି ଖାସ  ସମ୍ପର୍କ । ମହାତ୍ମା 10-10 ଥର ଧରି ମଧ୍ୟପ୍ରଦେଶର ବହୁ ସ୍ଥାନ ଆସିଥିଲେ। ସେଥିମଧ୍ୟରୁ ତାଙ୍କର ତୃତୀୟ ଗସ୍ତ ଥିଲା ଛିନ୍ଦୱାଡା । 1921ଜାନୁଆରୀ 6 । ବାପୁଙ୍କ ନେତୃତ୍ବରେ ଏଠାରୁ ତେଜିଥିଲା ଅସହଯୋଗ ଆନ୍ଦୋଳନର ଅଗ୍ନି ।

ଡିଜାଇନ ଫଟୋ

By

Published : Aug 31, 2019, 12:05 AM IST

ଗାନ୍ଧୀଙ୍କ ମୁହଁରୁ ନିର୍ଜୀବ ଶବ୍ଦ ବି ଜୀବନ୍ତ ହୋଇଯାଉଥିଲା । ତାଙ୍କ ବିଚାର ଯେପରି ମହତ ବାଣୀ ଭଳି ମନେ ହୁଏ । ସେ ଯେଉଁଠି ପାଦ ରଖନ୍ତି ତାହା ତାରିଖରେ ଲିପିବଦ୍ଧ । ତାଙ୍କ ଓଜସ୍ବି ଭାଷଣ ଶୁଣିବାକୁ ଦୌଡି ଆସନ୍ତି ଲୋକେ । ମହିଳାଙ୍କୁ ସେ ଦେଇଥିଲେ ନୂଆ ଦିଶା । ଇତିହାସର ପ୍ରତିଟି ପୃଷ୍ଟାରେ ସେ ବର୍ଣ୍ଣିତ । ସମଗ୍ର ଭାରତର କୋଣଅନୁକୋଣରେ ରହିଛି ତାଙ୍କ ପ୍ରତିଛବି । ବିଶେଷ କରି ମଧ୍ୟପ୍ରଦେଶ ସହ ବାପୁଙ୍କ ରହିଛି କିଛି ଖାସ ସମ୍ପର୍କ । ମହାତ୍ମା 10-10 ଥର ଧରି ମଧ୍ୟପ୍ରଦେଶର ବହୁ ସ୍ଥାନ ଆସିଥିଲେ। ସେଥିମଧ୍ୟରୁ ତାଙ୍କର ତୃତୀୟ ଗସ୍ତ ଥିଲା ଚିନ୍ଦାୱାର । 1921ଜାନୁଆରୀ 6 । ବାପୁଙ୍କ ନେତୃତ୍ବରେ ଏଠାରୁ ତେଜିଥିଲା ଅସହଯୋଗ ଆନ୍ଦୋଳନର ଅଗ୍ନି ।

ଗାନ୍ଧୀଙ୍କ ସ୍ମୃତିରେ ମଧ୍ୟପ୍ରଦେଶ

ଆଇନ ପାଠ ସାରି 1914ରେ ବାପୁ ଫେରିଥିଲେ ସ୍ବଦେଶ । ଏହି ସମୟରେ ତାଙ୍କ ରାଜନୈତିକ ଗୁରୁ ଗୋପାଳ କୃଷ୍ଣ ଗୋଖଲେ ଭାରତ ଯାତ୍ରାର ପରାମର୍ଶ ଦେଇଥିଲେ । ପରେ 1920ରେ ବାସ୍ତବ ସ୍ଥିତିରୁ ଅନୁଧ୍ୟାନ କରି ଗାନ୍ଧୀ ନାଗପୁରରେ ଆୟୋଜିତ କଂଗ୍ରେସ ରାଷ୍ଟ୍ରୀୟ ସମ୍ମିଳନୀରେ ଭାଗ ନେଇଥିଲେ । ଏଥିରେ ସେ ଇଂରେଜଙ୍କ ଠାରୁ ସବୁ ସହଯୋଗ ପ୍ରତ୍ୟାହାର ପାଇଁ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ପାରିତ ପାଇଁ ପ୍ରେରିତ କରିଥିଲେ । ଏହା ପରେ ଆଉ ଅଟକିନଥିଲେ ମହାତ୍ମା । 1921 ଜାନୁଆରୀ 6ରେ ସେ ଯାଇଥିଲେ ଛିନ୍ଦୱାର୍ଡ ଗସ୍ତରେ । ଏଠାରେ ସେ ଚିଟନୀସ ଗଞ୍ଜର ଏକ ବୈଠକରେ ଯୋଗ ଦେଇ ଅସହଯୋଗ ଆନ୍ଦୋଳନ ପଛର ଉଦ୍ଦେଶ୍ୟ ଓ କାରଣକୁ ଆମୂଳଚୂଳ ବଖାଣିଥିଲେ । ।

ମହାତ୍ମାଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଜୀବନ୍ତ । ସେ ନାହାନ୍ତି ସତ ହେଲେ ତାଙ୍କର ପ୍ରତିଟି ବିଚାରଧାରା ଆଜୀବନ ପ୍ରତିଟି ଭାରତୀୟଙ୍କ ହୃଦୟରେ ଉଜ୍ଜୀବିତ । ଆଉ ମଧ୍ୟପ୍ରଦେଶ ଛାତିରେ ତ ଆଜି ବି ଖୋଦିତ ବାପୁଙ୍କ ସହ ଜଡିତ ବହୁ ସ୍ମୃତି । ଏପରିକି ତାଙ୍କ ସ୍ମୃତିକୁ ସାଇତି ରଖିବାକୁ ରାଜ୍ୟର ବହୁ ଗାଁ, ସହରକୁ ଗାନ୍ଧୀଙ୍କ ନାଁରେ ବଦଳାଯାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details