ଓଡିଶା

odisha

ETV Bharat / bharat

'ଫନି' ମାଡରେ ରେଳସେବା ବ୍ୟାହତ

ସାମୁଦ୍ରିକ ଝଡ 'ଫନି' ମାଡରେ ଘାଇଲା ହୋଇଯାଇଛି ପୂର୍ବତଟ ରେଳବାଇ ଅଧିନସ୍ଥ ବିଶାଖାପଟ୍ଟନମ-ଭଦ୍ରକ ରେଳୱେ ସେକ୍ସନ। ଏହାର ପ୍ରଭାବରେ ପରିସ୍ଥତି ଏପରି ହୋଇଛି ଯେ ମେ 4 ତାରିଖରୁ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।

By

Published : May 4, 2019, 1:52 PM IST

Updated : May 4, 2019, 2:09 PM IST

ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ 'ଫନି' । ଏହାର ପ୍ରଭାବରେ ରାଜ୍ୟରେ ଅଭୂତପୂର୍ବ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ପରିବହନ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସେବା ଏହା ଦ୍ୱାରା ପ୍ରଭାବିତ ହୋଇଛି। ଯେଉଁଥିରୁ ବାଦ ପଡିନାହିଁ ରେଳସେବା ।

ସାମୁଦ୍ରିକ ଝଡ 'ଫନି' ମାଡରେ ଘାଇଲା ହୋଇଯାଇଛି ପୂର୍ବତଟ ରେଳବାଇ ଅଧିନସ୍ଥ ବିଶାଖାପଟ୍ଟନମ-ଭଦ୍ରକ ରେଳୱେ ସେକ୍ସନ। ଏହା ମଧ୍ୟରେ ଅବସ୍ଥିତ ଥିବା ପୁରୀ, ଭୁବନେଶ୍ୱର, କଟକ, ପଲାସା, ଢେଙ୍କାନାଳ ପ୍ରଭୂତି ସ୍ଥାନରେ ଟ୍ରେନସେବା ବାଧାପ୍ରାପ୍ତ ହୋଇଛି। ସ୍ଥିତି ଏପରି ଯେ ଏହି ରୁଟରେ ମେ 4 ତାରିଖରୁ ରେଳ ଚଳାଚଳକୁ ବନ୍ଦ କରି ଦିଆଯାଇଛି।

ଏହି ସାମୁଦ୍ରିକ ଝଡ ପ୍ରକୋପରେ ରେଳସେବାରେ ବ୍ୟବହୃତ ହେଉଥିବା ବୈଦ୍ୟୁତିକ ତାର, ରେଳଷ୍ଟେସନରେ ଥିବା କୋଠାଘର ଏବଂ ପ୍ଲାଟଫର୍ମ, ସିଗନାଲ ବ୍ୟବସ୍ଥା ଆଦି କ୍ଷତିଗ୍ରସ୍ଥ ହୋଇଛି । ଏହାକୁ ଛାଡି ପୂର୍ବତଟ ରେଳବାଇ ପକ୍ଷରୁ କରାଯାଉଥିବା ଏହାର ଭତ୍ତିଭୂମି ସମ୍ପର୍କିତ ଅନେକ ନିର୍ମାଣାଧିନ କାର୍ଯ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।


ମୋଟ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଅଦ୍ୟାବଧି ଜଣାପଡିନାହିଁ । ଏହାର ମରାମତି ପରେ ରେଳସେବା ସ୍ୱାଭାବିକ ହେବ ବୋଲି ଜଣାପଡିଛି । ଅନ୍ୟପଟେ ଏଭଳି ସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଉପରେ ଗୁରୁତ୍ୱ ଦେଉଛି ରେଳବାଇ ।

Last Updated : May 4, 2019, 2:09 PM IST

ABOUT THE AUTHOR

...view details