ଓଡିଶା

odisha

ETV Bharat / bharat

ଅକ୍ଟୋବର ଶେଷ ସୁଦ୍ଧା ଶିଶୁଙ୍କ ପାଇଁ ଆସିବ କୋଭିଡ୍‌ ଟିକା: ସେରମ ଇନ‌ଷ୍ଟିଚ୍ୟୁଟ - serum institute

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁମାନଙ୍କ ମାନଙ୍କ ପାଇଁ ଉପଲବ୍ଧ ହେବ କୋଭିଡ ଟିକା । ଏନେଇ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ୍‌ର ଗ୍ରୁପ୍‌ ଏକ୍ସିମ୍‌ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି। ଅଧିକ ପଢନ୍ତୁ...

ଅକ୍ଟୋବର ଶେଷ ସୁଦ୍ଧା ଶିଶୁଙ୍କ ପାଇଁ ପ୍ରସ୍ତୁତ ହେବ କୋଭିଡ୍‌ ଟିକା:ସେରମ ଇନ‌ଷ୍ଟିଚ୍ୟୁଟ
ଅକ୍ଟୋବର ଶେଷ ସୁଦ୍ଧା ଶିଶୁଙ୍କ ପାଇଁ ପ୍ରସ୍ତୁତ ହେବ କୋଭିଡ୍‌ ଟିକା:ସେରମ ଇନ‌ଷ୍ଟିଚ୍ୟୁଟ

By

Published : Feb 1, 2021, 12:02 PM IST

Updated : Feb 1, 2021, 12:09 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶିଶୁମାନଙ୍କ ମାନଙ୍କ ପାଇଁ ଉପଲବ୍ଧ ହେବ କୋଭିଡ ଟିକା । ଏନେଇ କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟିଚ୍ୟୁଟ୍‌ର ଗ୍ରୁପ୍‌ ଏକ୍ସିମ୍‌ ନିର୍ଦ୍ଦେଶକ ପି ସି ନାମ୍ବିଆର କହିଛନ୍ତି। କୋଚିରେ ଏକ କାର୍ଯ୍ୟକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ଶିଶୁମାନେ କୋଭିଡ ପଜିଟିଭ ବୋଲି ଜଣାପଡ଼ନ୍ତି, ତେବେ ସଂପୃକ୍ତ ଟିକାରୁ ଏକ ବଟିକା ମଧ୍ୟ ବିକଶିତ କରାଯାଇପାରିବ। ସେହିପରି ସେରମ ଇନଷ୍ଟିଚ୍ୟୁଟ ଚଳିତ ବର୍ଷ ଶେଷ ସୁଦ୍ଧା ବ୍ୟବହାର ଉପଯୋଗୀ ଆଉ ଚାରି ପ୍ରକାର କୋଭିଡ ଟିକା ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି। ନୋଭାଭାକ୍ସ ଟିକାର ନୈଦାନିକ ପରୀକ୍ଷଣ ଦ୍ରୁତ ବେଗରେ ଚାଲିଛି ଏବଂ ତାହା ଆଗାମୀ ଜୁନ ସୁଦ୍ଧା ବ୍ୟବହାରଯୋଗ୍ୟ ହୋଇପାରିବ।

ସେହିପରି ଶିଶୁମାନଙ୍କ ପାଇଁ ଉପଯୁକ୍ତ ଟିକା ଅକ୍ଟୋବର ବେଳକୁ ମିଳିପାରିବ ଏବଂ କୋଡ଼ାଜେନିକ୍ସ କମ୍ପାନି ସହଭାଗିତାରେ ଚାଲିଥିବା କୋଭି-ଭାକ୍‌ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବା ଉପରେ ବୋଲି ସେ କହିଛନ୍ତି। ଅପରପକ୍ଷେ, କୋଭିସିଲ୍‌ଡ ଟିକାର ସମ୍ପ୍ରତି ୧୦ କୋଟି ମାତ୍ରା ମାସକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ସରକାରଙ୍କ ଆବଶ୍ୟକତା ଦୃଷ୍ଟିରୁ ଆସନ୍ତା ଏପ୍ରିଲରୁ ମାସକୁ ଉକ୍ତ ଟିକାର ୨୦ କୋଟି ମାତ୍ରା ପ୍ରସ୍ତୁତ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ଏହି ଟିକାର ଖୋଲାବଜାର ବିକ୍ରି ସରକାରଙ୍କ ଉପରେ ନିର୍ଭର କରେ ଏବଂ ତାଙ୍କ କମ୍ପାନି ଟିକାର କଳାବଜାର ରୋକିବା ପାଇଁ ପ୍ରୟାସ ଜାରି ରଖିବ ବୋଲି ନାମ୍ବିଆର କହିଛନ୍ତି।

ତେବେ ନାମ୍ବିଆର ଆଉ ମଧ୍ୟ କହିଛନ୍ତି ଯେ, ପ୍ରଥମ ଡୋଜ ନେବା ପରେ ମଧ୍ୟ ଟୀକାକୃତ ଲୋକଙ୍କୁ ମାସ୍କ ପିନ୍ଧିବା ଏବଂ ପରିମଳ ପ୍ରୋଟୋକଲ ଅନୁସରଣ କରିବାକୁ ପଡିବ। “ପ୍ରଥମ ଡୋଜର 29 ଦିନ ପରେ ଦ୍ବିତୀୟ ଡୋଜ ନିଆଯିବ ଏବଂ ଦ୍ବିତୀୟ ଡୋଜ ଗ୍ରହଣ କରିବାର 21 ଦିନ ପରେ ଆଣ୍ଟିବଡି ଉତ୍ପାଦନ ସମ୍ପୂର୍ଣ୍ଣ ହେବ | କିନ୍ତୁ ଏହା ପରେ ମଧ୍ୟ ଲୋକଙ୍କୁ ମାସ୍କ ପିନ୍ଧିବାକୁ ଏବଂ ସାନିଟାଇଜ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Last Updated : Feb 1, 2021, 12:09 PM IST

ABOUT THE AUTHOR

...view details