ଓଡିଶା

odisha

ETV Bharat / bharat

60 ହଜାର କୋରୋନା ଟିକା ପାର୍ସୀ ସମ୍ପ୍ରଦାୟ ପାଇଁ ରହିବ ସଂରକ୍ଷିତ

କୋରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ସାଇରସ୍ ପୁନାୱାଲା ପାର୍ସୀ ସମ୍ପ୍ରଦାୟଙ୍କ ପାଇଁ 60,000 ଟିକା ସଂରକ୍ଷିତ ରଖିବାକୁ ରାଜି ହୋଇଛନ୍ତି ।

ପାର୍ସୀ ସମ୍ପ୍ରଦାୟଙ୍କ ପାଇଁ 60,000 ଟୀକା ସଂରକ୍ଷିତ
ପାର୍ସୀ ସମ୍ପ୍ରଦାୟଙ୍କ ପାଇଁ 60,000 ଟୀକା ସଂରକ୍ଷିତ

By

Published : Jul 27, 2020, 3:11 PM IST

ନୂଆଦିଲ୍ଲୀ: କୋରୋନା ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ସାଇରସ୍ ପୁନାୱାଲା ପାର୍ସୀ ସମ୍ପ୍ରଦାୟଙ୍କ ପାଇଁ 60,000 ଟିକା ସଂରକ୍ଷିତ ରଖିବାକୁ ରାଜି ହୋଇଛନ୍ତି । କୋରୋନା ଟିକା ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛି ଓ ଲ୍ୟାବରେ କ୍ରମାଗତ ଭାବରେ ପରୀକ୍ଷା କରାଯାଉଛି ।

ବମ୍ବେ ପାର୍ସୀ ପଞ୍ଚାୟତ ଅଧ୍ୟକ୍ଷ ଦୀନଶା ମେହେତା ଓ ଅଦାର ପୁନାୱାଲା ନିଶ୍ଚିତ କରିଛନ୍ତି ଯେ ଯଦି ସେରମ୍ ଇନଷ୍ଟିଚ୍ୟୁଟ୍ କୋରୋନା ଟିକା ତିଆରି କରିବାରେ ସଫଳ ହୁଏ, ତେବେ ଏହାର 60,000 ଡୋଜ ପାର୍ସୀ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ରଖାଯିବ । ଅଦାର ପୁନାୱାଲା ହେଉଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ।

ପ୍ରକାଶଥାଉକି, ପୁନେରେ ଅବସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଭାରତରେ ଅକ୍ସଫୋର୍ଡର ଟିକା ପ୍ରସ୍ତୁତ କରୁଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲାଙ୍କ ଅନୁଯାୟୀ କମ୍ପାନୀ ଏହି ଟିକାକୁ ବହୁ ପରିମାଣରେ ଉତ୍ପାଦନ କରିବାକୁ ଯାଉଛି । ପୁନାୱାଲା କହିଛନ୍ତି ଯେ ଡିସେମ୍ବର ସୁଦ୍ଧା କମ୍ପାନୀ ଅକ୍ସଫୋର୍ଡ ଟିକା କୋଭିଶିଲ୍ଡର 300–400 ମିଲିୟନ ଡୋଜ ତିଆରି କରିବାରେ ସକ୍ଷମ ହେବ । ସେ କହିଛନ୍ତି ଯେ ଭାରତରେ ଏହି ଟିକା ମୂଲ୍ୟ ପ୍ରାୟ 1 ହଜାର ଟଙ୍କା ହେବ।

ABOUT THE AUTHOR

...view details