ଓଡିଶା

odisha

ETV Bharat / bharat

ଭୟଙ୍କର ହେଉଛି ବନ୍ୟା, ଆତଙ୍କିତ ଆସାମ

ଆସାମ ବାସୀଙ୍କ ପାଇଁ ଦିନକୁ ଦିନ ଭୟଙ୍କର ସାଜୁଛି ବନ୍ୟା । ରାଜ୍ୟର ପ୍ରାୟ 28 ଜିଲ୍ଲା ଜଳବନ୍ଦୀ ହୋଇ ରହିଛି । ପ୍ରଭାବିତ ହୋଇଛନ୍ତି ଅନେକ । ଆଉ ଏବେ ବ୍ରହ୍ମପୁତ୍ରରେ ବିପଦ ସଙ୍କେତ ଉପରେ ବହୁଛି ବନ୍ୟା ଜଳ । ଯାହା ନେଇ ଆତଙ୍କିତ ଆସାମ ବାସୀ ।

By

Published : Jul 15, 2019, 6:00 PM IST

ଫଟୋ ସୌଜନ୍ୟ : ଏଏନଆଇ

ଗୌହାଟି: ଆସାମରେ ଦିନକୁ ଦିନ ଆହୁରି ଭୟଙ୍କର ହେଉଛି ବନ୍ୟା ସ୍ଥିତି । ଉଛୁଳୁଛି ନଦୀ, ବଢୁଛି ପାଣି । ଜଳମଗ୍ନ ହେଲାଣି ସାରା ରାଜ୍ୟ । ବର୍ତ୍ତମାନ ବ୍ରହ୍ମପୁତ୍ର ନଦୀରେ 1.5 ସେମି ବିପଦ ସଙ୍କେତ ଉପରେ ଚାଲିଛି ପାଣି । ଘଣ୍ଟାକୁ 2-3 ସେମି ଜଳସ୍ତର ବୃଦ୍ଧି ପାଉଛି ।

ଏପରି ଜଳସ୍ତର ବୃଦ୍ଧି ସହର ପାଇଁ ବଡ ବିପଦ ସାଜିବ ବୋଲି ଭୟରେ ଆସାମବାସୀ। କେଉଁ ମୂହୂର୍ତ୍ତରେ ସହରରେ ବନ୍ୟା ଜଳ ପ୍ରବେଶ କରିବ ତାହା କହିବା କଷ୍ଟକର। ଏପଟେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର 28ଟି ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବା ବେଳେ 26 ଲକ୍ଷରୁ ଊର୍ଦ୍ଧ୍ବ ଜଳବନ୍ଦୀ ହୋଇ ରହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଲାଣି ।

For All Latest Updates

ABOUT THE AUTHOR

...view details