ଓଡିଶା

odisha

By

Published : Oct 7, 2020, 10:09 AM IST

ETV Bharat / bharat

ବରିଷ୍ଠ IPS ଅଧିକାରୀ ଏମ ଗଣପତିଙ୍କୁ ବିସିଏସ୍‌ର ଡିଜି ଭାବେ ନିଯୁକ୍ତ

ମନ୍ତ୍ରି ମଣ୍ଡଳର ନିଯୁକ୍ତି କମିଟି ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ ସୁରକ୍ଷା (ବିସିଏସ୍)ର ମହାନିର୍ଦ୍ଦେଶକ (ଡିଜି) ଭାବରେ ଏମ ଗଣପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ କମିଟି ଏହି ନିଷ୍ପତ୍ତି ନେଇଛି।

ବରିଷ୍ଠ IPS  ଅଧିକାରୀ ଏମ ଗଣପତିଙ୍କୁ ବିସିଏସ୍ ର ଡିଜି ଭାବେ ନିଯୁକ୍ତ
ବରିଷ୍ଠ IPS ଅଧିକାରୀ ଏମ ଗଣପତିଙ୍କୁ ବିସିଏସ୍ ର ଡିଜି ଭାବେ ନିଯୁକ୍ତ

ନୂଆଦିଲ୍ଲୀ: ଏମ ଗଣପତିଙ୍କୁ ବିସିଏସର ଡିଜି ଭାବେ ନିଯୁକ୍ତ । ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ ସୁରକ୍ଷା (ବିସିଏସ୍)ର ମହାନିର୍ଦ୍ଦେଶକ (ଡିଜି) ଭାବରେ ଏମ ଗଣପତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ କମିଟି ଏହି ନିଷ୍ପତ୍ତି ନେଇଛି।

ଉତ୍ତରାଖଣ୍ଡ କ୍ୟାଡରର 1986 ବ୍ୟାଚ୍ ଆଇପିଏସ୍ ଅଧିକାରୀ । ଗଣପତିଙ୍କ କାର୍ଯ୍ୟକାଳ ଫେବୃଆରୀ 2024ରେ ତାଙ୍କ ସୁପରନୁଏସନ୍ ପର୍ଯ୍ୟନ୍ତ କିମ୍ବା ମଙ୍ଗଳବାର ଦିଆଯାଇଥିବା ଆଦେଶ ଅନୁଯାୟୀ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରହିବ।

ଚଳିତ ବର୍ଷ ଅଗଷ୍ଟରେ ଗୁଜୁରାଟର କ୍ୟାଡର 1984 ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନା ଡିଜି, ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଭାବରେ ନିଯୁକ୍ତ ହେବା ପରେ ଡିଜି ପଦ ଖାଲି ପଡିଛି ।

ABOUT THE AUTHOR

...view details