ଓଡିଶା

odisha

ETV Bharat / bharat

ବେଲୁଚିସ୍ତାନରେ ରାଜନେତାଙ୍କୁ ଗୁଳି କରି ହତ୍ୟା

ବେଲୁଚିସ୍ତାନରେ ରାଜନେତାଙ୍କୁ ଗୁଳି କରି ହତ୍ୟା । ଆଞ୍ଚଳିକ ଦଳର ଜଣେ ବରିଷ୍ଠ ନେତାଙ୍କ ସହିତ ଅନ୍ୟ 3ଜଣଙ୍କୁ ଗୁଳି କରି କିଛି ଦୁର୍ବୃତ୍ତ ହତ୍ୟା କରିଥିବା ଜଣାପଡ଼ିଛି ।

By

Published : Aug 17, 2019, 11:14 PM IST

ପ୍ରତିକାତ୍ମକ ଫଟୋ

ଲାହୋର: ପାକିସ୍ତାନରେ ଜଣେ ବରିଷ୍ଠ ରାଜନେତାଙ୍କୁ ଗୁଳି କରି ହତ୍ୟା । ଏହା ସହିତ ଅନ୍ୟ 3 ଜଣଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ ବେଲୁଚିସ୍ତାନର ଆଞ୍ଚଳିକ ଦଳ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି-ମେଙ୍ଗଲ (ବିଏନପି-ଏମ)ର ବରିଷ୍ଠ ନେତା ଅମାନୁଲ୍‌ହା ଜେହରୀ କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖୁଜଦାର ଜିଲ୍ଲାର ଡେପୁଟି କମିଶନର ମେଜର ମହମ୍ମଦ କହିଛନ୍ତି ।

ସେ କହିଛନ୍ତି ଯେ ଜେହରୀ ନିଜ 14 ବର୍ଷୀୟ ନାତିଙ୍କ ସହିତ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା । ଏହା ସହିତ ତାଙ୍କର ଦୁଇଜଣ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ଡେପୁଟି କମିଶନର ମହମ୍ମଦ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁରା ପଞ୍ଚାୟତକୁ ପୋଲିସ ସିଲ କରିଛି ।

ସେପଟେ ଦଳର ମୁଖ୍ୟ ନଓ୍ବାବ ଅଖତର ମଙ୍ଗଲ ଜେହରୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଏହା ନିଶ୍ଚିତ ଭାବେ ବେଲୁଚିସ୍ତାନ ଓ ଦଳ ପାଇଁ କଳା ଦିବସ । ଏହି କ୍ଷତି କେବେ ପୂରଣ ହୋଇ ପାରିବନାହିଁ ।

ABOUT THE AUTHOR

...view details