ମୁମ୍ବାଇ: ରାମମନ୍ଦିର ମିର୍ମାଣ ପାଇଁ ଦେଶବ୍ୟାପୀ ସଂଗ୍ରହ ହେବାକୁ ଥିବା ଟଙ୍କା କେବଳ ଆସନ୍ତା 2024 ସାଧାରଣ ନିର୍ବାଚନରେ ଖର୍ଚ୍ଚ କରିବା ଆଳରେ ବିଜେପି ଅଭିଯାନ ଆରମ୍ଭ କରିଥିବା ଶିବସେନା ଅଭିଯୋଗ କରିଛି । ସାଧାରଣ ନିର୍ବାଚନ ଆସୁଥିବା ବେଳେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ଆଳରେ ଦେଶ ବ୍ୟାପି ଟଙ୍କା ସଂଗ୍ରହ କରି ତାକୁ ଚତୁରତାର ସହ ନିର୍ବାଚନରେ ଖର୍ଚ୍ଚ କରିବା ବିଜେପିର ଲୁକ୍କାୟିତ ଉଦ୍ଦେଶ୍ୟ ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ।
ବିଜେପି ଏହାକୁ ଖଣ୍ଡନ କରିବା ସହ ଏହା ରାଜନୀତି କରିବାର ପ୍ରସଙ୍ଗ ନୁହେଁ ବୋଲି କହିଛି । ଶିବସେନାର ଏହି ଅଭିଯୋଗ ଭିତ୍ତିହୀନ, ଏପରି ଧର୍ମୀୟ ପ୍ରସଙ୍ଗକୁ ନେଇ ଶିବସେନା ରାଜନୀତି ବନ୍ଦ କରୁ ବୋଲି କହିଛି ବିଜେପି । ଲୋକେ ନିଜେ ସ୍ବେଚ୍ଛାକୃତ ଭାବେ ମନ୍ଦିର ନିର୍ମାଣରେ ନିଜର ଯୋଗଦାନ ଦେବାକୁ ଉତ୍ସାହିତ ଥିବା କଥା କହିଛି ଦଳ ।