ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ହଜାର ହଜାର ଶିକ୍ଷାର୍ଥୀ ଆନ୍ଦୋଳନ ଜାରି ରହିଥିଲା । ଫଳରେ ବିଶ୍ବବିଦ୍ୟାଳୟରେ ଡିସେମ୍ବର ମାସର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରେ ସ୍ଥିତିରେ ସୁଧାର ଆସିବା ପରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପୁନର୍ବାର ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗ୍ରାଜୁଏସନ, ପୋଷ୍ଟ-ଗ୍ରାଜୁଏସନ, ଏମ.ଫିଲ ଓ ପିଏଚଡି ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହି ପରୀକ୍ଷା ଫେବୃଆରୀ 22 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
ବିରୋଧ ପରେ ସ୍ଥିତି ସାମାନ୍ୟ, ଜାମିଆରେ ଆରମ୍ଭ ହେଲେ ସେମିଷ୍ଟାର ପରୀକ୍ଷା
ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦିଲ୍ଲୀର ପ୍ରତିଷ୍ଠିତ ଜାମିଆ ମିଲ୍ଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ହଜାର ହଜାର ଶିକ୍ଷାର୍ଥୀ ଆନ୍ଦୋଳନ ଜାରି ରହିଥିଲା । ଫଳରେ ବିଶ୍ବବିଦ୍ୟାଳୟରେ ଡିସେମ୍ବର ମାସର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ପରେ ସ୍ଥିତିରେ ସୁଧାର ଆସିବା ପରେ ସ୍ଥଗିତ ରଖାଯାଇଥିବା ପରୀକ୍ଷାକୁ ପୁନର୍ବାର ଆରମ୍ଭ କରାଯାଇଛି ।
ଜାମିଆରେ ପରୀକ୍ଷା ଦୁଇଟି ସିଟିଂରେ ହେବ । ସକାଳ ସିଟିଂ 8ଟି ପରୀକ୍ଷା କେନ୍ଦ୍ରରେ ହେଉଥିବା ବେଳେ ଦ୍ବିପ୍ରହର ସିଟିଂ 12ଟି କେନ୍ଦ୍ରରେ ଆୟୋଜିତ ହେବ । ବୁଧବାର 29 ଜାନୁଆରୀରେ ସକାଳ ସିଟିଂ 3 ଓ ଦ୍ବିପ୍ରହର ସିଟିଂ 7ଟି କେନ୍ଦ୍ରରେ ହେଉଛି ।
ପରୀକ୍ଷା ପାଇଁ ହେଲ୍ପ ଡେସ୍କ ମଧ୍ୟ ଗଠନ କରାଯାଇଛି । ଜାମିଆ ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧୀୟ କୌଣସି ପ୍ରକାର ସୂଚନା ଜାଣିବା ପାଇଁ ‘ଜାମିଆ ହେଲ୍ପ ଡେସ୍କ’ ଗଠନ କରାଯାଇଛି । ଏହା ସହ ଏହାର ନମ୍ବରକୁ ମଧ୍ୟ ସାର୍ବଜନୀନ କରି ଦିଆଯାଇଛି । ସକାଳ 10ରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ପରୀକ୍ଷା ସମ୍ବନ୍ଧୀୟ କିଛି ବି ସୂଚନା ଏହିଠାରୁ ମିଳିପାରିବ ବୋଲି ସମସ୍ତଙ୍କୁ ଅବଗତ କରି ଦିଆଯାଇଛି ।