ଓଡିଶା

odisha

ETV Bharat / bharat

କଂଗ୍ରେସ-ଭାଜପା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ: ଆପ୍

ବଢିଛାଲିଛି ପେଟ୍ରୋଲ ଓ ଡିଜେଲ ଦର । ତେବେ ଦେଶରେ ଏବେ ଆର୍ଥିକ ସ୍ଥିତି ଠିକ ନଥିବା ବେଳେ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଆଉ ବିରୋଧୀ-ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

କଂଗ୍ରେସ-ଭାଜପା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ: ଆପ୍
କଂଗ୍ରେସ-ଭାଜପା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ: ଆପ୍

By

Published : Jul 6, 2020, 12:44 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢିବାକୁ ଲାଗିଛି । ଆଉ ତାହାକୁ ତାଳ ଦେଇ ବଢିଛାଲିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ଗ୍ରାହକଙ୍କ ପକେଟରେ ନିଆଁ ଲାଗିଛି । ତେବେ ଦେଶରେ ଏବେ ଆର୍ଥିକ ସ୍ଥିତି ଠିକ ନଥିବାବେଳେ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଆଉ ବିରୋଧୀ-ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଆପ ବିଧାୟକ ଅବଦ୍ଦୁଲ ରେହମାନ ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ଯେ, "କଂଗ୍ରେସ କେବଳ ତୁଚ୍ଛାକୁ ରାଜନୀତି କରୁଛି । ଏବେ ତ କଂଗ୍ରେସ ଦଳରେ କେହି ନେତା ନାହାଁନ୍ତି ଯିଏ ସରକାରଙ୍କୁ ବିରୋଧ କରିବ । ଆଉ ଯେଉଁମାନେ ଅଛନ୍ତି ତାଙ୍କ କଥା କେହି ଶୁଣୁନାହାଁନ୍ତି " ।

ରାଜଧାନୀ ଦିଲ୍ଲୀର ସିଲମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଆପ ନେତା ଅବଦ୍ଦୁଲ ରେହମାନ କହିଛନ୍ତି ଯେ, "ଏହି ତୈଳଦର ଯୋଗୁଁ ଦେଶବାସୀ ନାନା ଅସୁବିଧା ଭୋଗୁଛନ୍ତି । ମାତ୍ର ଶାସକ ଦଳକୁ ଏହା ଦେଖାଯାଉନି । କେବଳ ଦଳର ନେତା ନୁହେଁ ପୁରା ଦେଶବାସୀ ଏହାର ଦାମ କମ ଅର୍ଥାତ ବିକଳ୍ପ ଚାହୁଁଥିବା" ସେ କହିଛନ୍ତି ।

ABOUT THE AUTHOR

...view details