ଚଣ୍ଡିଗଡ: ହରିୟାଣାର ବିଭିନ୍ନ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ଲକ ଡାଉନରେ ଫସି ରହିଛନ୍ତି । ଏମାନଙ୍କ ଭିତରେ ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକ ମଧ୍ୟ ରହିଛନ୍ତି । ହରିୟାଣାରେ ପ୍ରବାସୀ ଶ୍ରମିକ କୁଣ୍ଡାଲିର କର୍ଣ୍ଣଲ ରାଜପଥରେ ସୋମବାର ଏକାଠି ହୋଇ ଘରକୁ ଫେରିବାକୁ ଚେଷ୍ଟା କରିଥିଲେ। ଖାଦ୍ୟ ବ୍ୟବସ୍ଥା ଅଭାବରୁ ସେମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସେମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ କର୍ତ୍ତୃପକ୍ଷ ସେମାନଙ୍କୁ ସୂଚନା ଦେଇଛନ୍ତି ଯେ ସେମାନଙ୍କୁ ଆଜି 50 ଟି ବସ୍ ମାଧ୍ୟମରେ ଘରକୁ ପଠାଯିବ । କିନ୍ତୁ ଏପର୍ଯ୍ୟନ୍ତ କେବଳ 10 ଟି ବସ୍ ବ୍ୟବସ୍ଥା କରାଯାଇଛି।
ଘରକୁ ଫେରିବାକୁ କର୍ଣ୍ଣଲ ରାଜପଥରେ ଜଗି ବସିଛନ୍ତି ଶ୍ରମିକ - କର୍ଣ୍ଣଲ ରାଜପଥରେ ଘରକୁ ଫେରିବାକୁ ଜଗି ବସିଛନ୍ତି ଶ୍ରମିକ
କର୍ଣ୍ଣଲ ରାଜପଥରେ ଘରକୁ ଫେରିବାକୁ ଜଗି ବସିଛନ୍ତି ଶ୍ରମିକ । ପ୍ରସାଶନ ପକ୍ଷରୁ 50 ସ୍ଥାନରେ 10 ବସରେ ହେଲା ବ୍ୟବସ୍ଥା । ଅଧିକ ପଢନ୍ତୁ...
"ମୁଁ ଉତ୍ତରପ୍ରଦେଶ ପ୍ରତାପଗଡରେ ଥିବା ମୋ ନିଜ ସହରକୁ ଫେରିବାକୁ ଚାହୁଁଛି। ବସ୍ ଯୋଗାଇ ଦିଆଯାଉଛି ବୋଲି ଅଧିକାରୀଙ୍କ ଘୋଷଣା ପରେ ଆମେ ଏଠାକୁ ଆସିଛୁ । କିନ୍ତୁ ଆମେ କୌଣସି ବସ୍ ପାଇ ନାହୁଁ ବୋଲି ସୋନିପତର ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି । ସୋମବାର ସକାଳ ତିନିଟାରୁ ସେମାନେ ବସିଛନ୍ତି। ବସର ବ୍ୟବସ୍ଥା ସମ୍ଭବ ହୋଇ ନ ଥିବାରୁ ପୋଲିସ ସେମାନଙ୍କୁ ଘରକୁ ଫେରିବାକୁ କହିଛି।
ଗୋରଖପୁରର ଅନ୍ୟ ଜଣେ ପ୍ରବାସୀ ଆଜାଦ କହିଛନ୍ତି, "ଆମେ କେବଳ ଘରକୁ ଫେରିବାକୁ ଚାହୁଁଛୁ। ଆମକୁ ବର୍ତ୍ତମାନ ମେଡିକାଲ ଯାଞ୍ଚ କରିବାକୁ କୁହାଯାଇଛି। ୟୁପିରୁ ଆସିଥିବା 2,000 ରୁ ଅଧିକ ଲୋକ ଏଠାରେ ଏକାଠି ହୋଇଛନ୍ତି।"ଆହ୍ଲାବାଦରୁ ଆସିଥିବା ଅନ୍ୟ ଜଣେ ପ୍ରବାସୀ ଆକାଶ କୁମାର କହିଛନ୍ତି ଯେ,ସେ ସକାଳ ପ୍ରାୟ 4 ଟା ସମୟରେ ନିଜ ଘରୁ ବାହାରିଥିଲେ ଏବଂ ଘରକୁ ଫେରିବା ପାଇଁ ଆଶା ରଖିଥିଲେ। ''ମୁଁ ଏଠାରେ ମୋ ମାଙ୍କ ସହ ରହୁଛି ଏବଂ ଆମେ ଘରକୁ ଫେରିବାକୁ ଚାହୁଁଛୁ। ଆମ ପାଖରେ ଯାହା ଟଙ୍କା ଅଛି ତାହା ଖର୍ଚ୍ଚ କରି ଦେଇଛୁ। ''
TAGGED:
hariyana