କର୍ଣ୍ଣାଟକ: ଆଜି ଦେଖିବାକୁ ମିଳିପାରେ କର୍ଣ୍ଣାଟକ ନାଟକର କ୍ଲାଇମେକ୍ସ । ଆସ୍ଥା ଭୋଟର ପରୀକ୍ଷା ଦେବେ କୁମାରସ୍ବାମୀ । ଭାଙ୍ଗିଯିବ କି 13 ମାସର ସରକାର ? ନା ସରକାର ବଞ୍ଚାଇବାରେ ସକ୍ଷମ ହେବ କଂଗ୍ରେସ-ଜେଡିଏସ ମେଣ୍ଟ । ଏ ତମାମ ପ୍ରଶ୍ନର ଉତ୍ତର ଆଜି ଆସିବ । ଯେଉଁଥିପାଇଁ ଚଳଚଞ୍ଚଳ ହୋଇଉଠିଛି କର୍ଣ୍ଣାଟକ ବିଧାନସଭା ।
ଆଜି କୁମାରସ୍ବାମୀଙ୍କ ପରୀକ୍ଷା, ସୁରକ୍ଷାଗଡ ପାଲଟିଛି ବିଧାନସଭା - congress rebel mla
ଆଜି ଆସ୍ଥା ଭୋଟ । ଆସ୍ଥା ପ୍ରମାଣ ପାଇଁ ଭୋଟ ହେବ ନା ଭୋଟିଂ ପୂର୍ବରୁ ଇସ୍ତଫା ଦେଇ ଦେବେ କୁମାରସ୍ବାମୀ ? ସାରା ଦେଶବାସୀଙ୍କ ନଜର ଏବେ କର୍ଣ୍ଣାଟକ ବିଧାନସଭା ଉପରେ ।
କର୍ଣ୍ଣାଟକ ବିଧାନସଭାର ଆଜିର ଦୃଶ୍ୟ । ସକାଳୁ ସକାଳୁ ଚଳଚଞ୍ଚଳ ମାହୋଲ । କଡାକଡି ସୁରକ୍ଷା ବ୍ୟବସ୍ଥା । ବିଧାନସଭା କର୍ମଚାରୀଙ୍କୁ ଟିକିନିଖି ଯାଞ୍ଚ କରି ଭିତରକୁ ଛଡାଯାଉଛି । କାହିଁକିନା ଆଜି କର୍ଣ୍ଣାଟକ ସରକାର ଦେବାକୁ ଯାଉଛନ୍ତି ସବୁଠି ବଡ ପରୀକ୍ଷା । ଆସ୍ଥା ଭୋଟର ପରୀକ୍ଷା । ବହୁମତର ପ୍ରମାଣ ଦେବେ କୁମାରସ୍ବାମୀ ସରକାର । ବିଫଳ ହେଲେ ସରକାର ଭାଙ୍ଗୁଛି । ତେଣୁ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଆଜିର ଦିନ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ ।
224 ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଆସନ । ମ୍ୟାଜିକ ନମ୍ବର 113 । ଏପର୍ଯ୍ୟନ୍ତ ବିଦ୍ରୋହୀ 15 ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇନି । ଆସ୍ଥା ଭୋଟ ସମୟରେ ମଧ୍ୟ ସେମାନେ ଉପସ୍ଥିତ ରହିବା ଭଳି ମନେ ହେଉନାହିଁ । ଯଦିଓ ବିଦ୍ରୋଦୀ ବିଧାୟକ ରାମାଲିଙ୍ଗା ରେଡ୍ଡି ସରକାରଙ୍କ ସପକ୍ଷରେ ଭୋଟ ଦେବା ପାଇଁ କହିସାରିଛନ୍ତି, ତଥାପି ମଧ୍ୟ ସରକାରଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ । ବହୁମତ ଦେବାରେ ବିଫଳ ହୋଇପାରନ୍ତି କୁମାରସ୍ବାମୀ । ହୋଇପାରେ, ଭୋଟିଂ ପୂର୍ବରୁ କୁମାରସ୍ବାମୀ ଇସ୍ତଫା ଦେଇଦେବେ । ପୁରା ଦେଶର ନଜର, ଏବେ କର୍ଣ୍ଣାଟକ ବିଧାନସଭା ଉପରେ ।