ଓଡିଶା

odisha

ETV Bharat / bharat

ବିଏଚୟୁ ଗୁଳିକାଣ୍ଡ ଘଟଣା: 4 ଅଭିଯୁକ୍ତ ଅଟକ, କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି

ମଙ୍ଗଳବାର ସନ୍ଧ୍ୟାରେ ବିଏଚୟୁ କ୍ୟାମ୍ପସରେ ଗୌରଭ ସିଂ ନାମକ ଏକ ଛାତ୍ରକୁ ଗୁଳିମାଡ ହୋଇଥିଲା । ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହେବାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆ ଯାଇଛି ।

ଫାଇଲ ଫଟୋ

By

Published : Apr 3, 2019, 3:14 PM IST

ଲକ୍ଷ୍ନୌ: ଅଶାନ୍ତ ବିଏଚୟୁ । କ୍ୟାମ୍ପସରେ ମାଳମାଳ ପୋଲିସ । ମଙ୍ଗଳବାର ସନ୍ଧ୍ୟାରେ ବିଏଚୟୁ କ୍ୟାମ୍ପସରେ ଗୌରଭ ସିଂ ନାମକ ଏକ ଛାତ୍ରକୁ ଗୁଳିମାଡ ହୋଇଥିଲା । ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହେବାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆ ଯାଇଛି । ଗୁଳିକାଣ୍ଡରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି ପୋଲିସ କ୍ରାଇମବ୍ରାଞ୍ଚର ପଚରାଉଚରା ଜାରି ।


ତେବେ ସୂଚନାନୁଯାୟୀ ଗତ ମଙ୍ଗଳବାର ଏମସିଏ ଛାତ୍ର ଗୌରଭ ସିଂ ୟୁନିଭର୍ସିଟି କମ୍ପ୍ଲେକ୍ସ ଭିତରେ ଥିବା ବିରଲା ହସଟେଲ ସାମନାରେ ଗପୁଥିଲେ । ଏତିକିବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରି ଚାଲିଯାଇଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଗୁଳିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଥିଲା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।


ABOUT THE AUTHOR

...view details