ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷାକୁ ମଜଭୁତ କରିବା ପାଇଁ ଦିଲ୍ଲୀ ପୋଲିସ ତାଙ୍କ ନିବାସରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛି ।
ବଢିଲା ଶାହାଙ୍କ ସୁରକ୍ଷା
ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୁରକ୍ଷା ପାଇଁ ଦିଲ୍ଲୀ ପୋଲିସ ତାଙ୍କ ନିବାସରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଛି । ଶାହା ନିଜ ନୂଆ ନିବାସକୁ ସ୍ଥାନାନ୍ତର ହେବା ପରେ ତାଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡର ବ୍ଲାକ୍ କେଟ କମାଣ୍ଡୋଙ୍କୁ ନିୟୋଜିତ କରାଯିବ ।
ଗୃହମନ୍ତ୍ରୀ ଭାବେ ଶପଥ ନେବା ପରେ ଶାହା ଗତ ସପ୍ତାହରେ ନିଜ ପଦଭାର ସମ୍ଭାଳିଥିଲେ । ଗୃହମନ୍ତ୍ରୀଙ୍କ ସୁରକ୍ଷା ସମୀକ୍ଷା ପରେ ତାଙ୍କ ନିବାସରେ ଅତିରିକ୍ତ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିବା ନେଇ ଦିଲ୍ଲୀ ପୋଲିସର ବରିଷ୍ଠ ସୁରକ୍ଷାଧିକାରୀ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଶାହାଙ୍କୁ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବଳ ଦ୍ବାରା ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଥିବା ବେଳେ ସେ ଶୀଘ୍ର ନିଜ ନୂଆ ନିବାସକୁ ସ୍ଥାନାନ୍ତର ହେବା ପରେ ତାଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡର ବ୍ଲାକ୍ କେଟ କମାଣ୍ଡୋଙ୍କୁ ନିୟୋଜିତ କରାଯିବ ।