ଓଡିଶା

odisha

ETV Bharat / bharat

ବିଶ୍ବ ଧରିତ୍ରୀ ଦିବସ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା - Modi

‘ବିଶ୍ବ ଧରିତ୍ରୀ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ।

ଫାଇଲ ଫଟୋ

By

Published : Apr 22, 2019, 9:24 PM IST

ନୂଆଦିଲ୍ଲୀ: ‘ବିଶ୍ବ ଧରିତ୍ରୀ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି । ସେ ତାଙ୍କ ବାର୍ତ୍ତାରେ ଧରିତ୍ରୀ ମାତାଙ୍କ ସମ୍ମାନରେ ମୁଣ୍ଡ ନୁଆଁଇ ସାଷ୍ଟାଙ୍ଗ ପ୍ରଣିପାତ କରିବାକୁ କହିଛନ୍ତି । ଅନାଦି କାଳରୁ ଏହି ମହାନ ତଥା ଶ୍ରେଷ୍ଠ ଗ୍ରହ ନାନାପ୍ରକାର ଜୀବଜଗତଙ୍କ ସୁରକ୍ଷିତ ବାସସ୍ଥାନ ରୂପେ ରହିଆସିଅଛି । ଏବେ ଏହି ବୈଚିତ୍ର୍ୟମୟ ଗ୍ରହ ପୃଥିବୀକୁ ସେବା ତଥା ଉନ୍ନତି କରିବା ପାଇଁ ବଦ୍ଧପରିକର ହେବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ସହ ମୋଦି ଧରିତ୍ରୀ ମାତାର ବିକାଶକୁ ଅବ୍ୟାହତ ରଖିବା ସହ ବିଶ୍ବ ପାଇଁ ଚିନ୍ତାପୂର୍ଣ୍ଣ ବିଷୟ ପାଣିପାଗ ପରିବର୍ତ୍ତନ ଧାରାକୁ ହ୍ରାସ କରିବା ମୁଖ୍ୟ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ୧୯୭୦ ମସିହାରେ ଆମେରିକା ସିନେଟର ଗେଲର୍ଡ ନେଲସନ ‘ବିଶ୍ବ ଧରିତ୍ରୀ ଦିବସ’ ପାଳନ କରିଥିଲେ । ସାରା ବିଶ୍ବରେ ଏପ୍ରିଲ ୨୨କୁ ଧରିତ୍ରୀ ଦିବସ ଭାବରେ ପାଳନ କରାଯାଏ। ପରିବେଶ ସୁରକ୍ଷା ଓ ପୃଥିବୀକୁ କିଭଳି ବଞ୍ଚାଯାଇ ପାରିବ ତାକୁ ନେଇ ଜନସଚେତନା ସୃଷ୍ଟି କରିବା ଏହି ଦିବସ ପାଳନର ଲକ୍ଷ୍ୟ । ଭାରତ ସମେତ ପାଖାପାଖି ୧୯୨ଟି ଦେଶରେ ପ୍ରତିବର୍ଷ ଧରିତ୍ରୀ ଦିବସ ପାଳିତ ହେଉଛି।

For All Latest Updates

ABOUT THE AUTHOR

...view details