ଓଡିଶା

odisha

ETV Bharat / bharat

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ - sero survey

କୋରୋନା ସଂକ୍ରମଣର ସ୍ତର ଜାଣିବା ପାଇଁ ଆଜି(ଶନିବାର)ଠାରୁ ଦିଲ୍ଲୀରେ ସେରୋ ସର୍ଭେର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ 5 ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ।

ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ
ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ

By

Published : Aug 1, 2020, 8:02 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣର ସ୍ତର ଜାଣିବା ପାଇଁ ଆଜି(ଶନିବାର)ଠାରୁ ଦିଲ୍ଲୀରେ ସେରୋ ସର୍ଭେର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ରାଜଧାନୀରେ କୋରୋନା ସଂକ୍ରମଣର ସ୍ତର ଜାଣିବା ପାଇଁ ସରକାର ପୁନର୍ବାର ଏହି ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଗଷ୍ଟ 5 ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ । ଦିଲ୍ଲୀର ସମସ୍ତ 11 ଟି ଜିଲ୍ଲାରେ ଏହି ସର୍ଭେ କରାଯିବ ଓ ଏହି ସମୟ ମଧ୍ୟରେ ପ୍ରାୟ 25 ହଜାର ନମୁନା ନିଆଯିବ। ପ୍ରତ୍ୟେକ ଦଳକୁ ପ୍ରତିଦିନ 25 ରୁ 40 ନମୁନା ନେବାକୁ ପଡିବ । ପ୍ରଥମ ପର୍ଯ୍ୟାୟର କ୍ଷେତ୍ର ଛାଡି ବାକି ସବୁ ଅଞ୍ଚଳରେ ଏହି ସର୍ଭେ ହେବ ।

ପ୍ରଥମ ପର୍ଯ୍ୟାୟର ସେରୋ ସର୍ଭେ 27 ଜୁନରୁ 6 ଜୁଲାଇ ମଧ୍ୟରେ ସଂଗ୍ରହ କରାଯାଇଥିଲା । ଏହି ସମୟରେ 22 ହଜାରରୁ ଅଧିକ ଲୋକଙ୍କ ନମୁନା ନିଆଯାଇଥିଲା। ନମୁନା ସର୍ବେକ୍ଷଣ ଅନୁସନ୍ଧାନ ପାଇଁ ମୋଟ 19ଟି ଲ୍ୟାବ ଜିଲ୍ଲା ସହିତ ସଂଯୁକ୍ତ ଅଛି । ପ୍ରତିଦିନ ଅପରାହ୍ନ 2ଟା ପର୍ଯ୍ୟନ୍ତ ନମୁନା ନେବାକୁ ସେମାନେ କାର୍ଯ୍ୟ କରିବେ ବୋଲି ଦଳକୁ କୁହାଯାଇଛି।

ସରକାର କହିଛନ୍ତି ଯେ ସେରୋ ସର୍ଭେରେ 25 ପ୍ରତିଶତ ନମୁନା 18 ବର୍ଷରୁ କମ୍ ବୟସର ପିଲାଙ୍କଠାରୁ ନିଆଯିବ । ଏହା ବ୍ୟତୀତ ଦଳ 50 ବର୍ଷରୁ ଅଧିକ ଲୋକଙ୍କ 25 ପ୍ରତିଶତ ନମୁନା ନେବ । 18 ରୁ 49 ବର୍ଷ ବୟସର ଲୋକଙ୍କ ପାଇଁ ସର୍ବାଧିକ ନମୁନା ନିଆଯିବ ।

ପ୍ରଥମ ପର୍ଯ୍ୟାୟରେ 27 ଜୁନରୁ 6 ଜୁଲାଇ ମଧ୍ୟରେ ଦିଲ୍ଲୀରେ ସେରୋ ସର୍ଭେ କରାଯାଇଥିଲା। ଏହାର ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ଏହି ସର୍ଭେରୁ ଜଣାପଡିଛି ଯେ ଦିଲ୍ଲୀର ପ୍ରାୟ ଏକ ଚତୁର୍ଥାଂଶ ଜନସଂଖ୍ୟା କୋରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ ।

ABOUT THE AUTHOR

...view details