ଭୁବନେଶ୍ବର: ବିଦାୟ ନେବାକୁ ପ୍ରସ୍ତୁତ ହେଲାଣି 2019 । 2020କୁ ସ୍ବାଗତ ପାଇଁ ସଜବାଜ ହେଉଛି ଦେଶ । ଏସବୁ ମଧ୍ୟରେ 2019 ସାଉଣ୍ଟିଛି ଅନେକ ସ୍ମୃତି ଆଉ ଅନୁଭୂତି । ବର୍ଷ 2019 ଥିଲା ଦେଶରେ ସାଧାରଣ ନିର୍ବାଚନ । ଲଗାତାର ଦ୍ବିତୀୟ ଥର ପାଇଁ ବହୁମତରେ କ୍ଷମତା ବଜାୟ ରଖିଥିଲା ଭାରତୀୟ ଜନତା ପାର୍ଟି ବିଜେପି । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ଏହାସହ ନିଜ ଘନିଷ୍ଠ ସହଯୋଗୀ ଅମିତ ଶାହାଙ୍କୁ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଗୃହ ମନ୍ତ୍ରଣାଳୟ । ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ଯୋଜନାବଦ୍ଧ ଭାବେ ସପ୍ତଦଶ ଲୋକସଭାର ଦୁଇଟି ବିଗତ ଅଧିବେଶନରେ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଲ ପାସ କରାଇବାରେ ସଫଳ ହୋଇଛନ୍ତି । ବର୍ଷ 2019ରେ ଅନେକ ଚର୍ଚ୍ଚିତ ବିଲ ପାସ ହୋଇଛି । ଯାହା ବର୍ଷ 2019 ପାଇଁ ଥିଲା ସରକାରଙ୍କ ବଡ ଉପଲବ୍ଧି । ଏହି ଉପସ୍ଥାପନାରେ ପଢନ୍ତୁ ସେହି ଚର୍ଚ୍ଚିତ ବିଲ ।
- ଧାରା 370 ଉଚ୍ଛେଦ
ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ସବୁଠାରୁ ବଡ ଓ ଐତିହାସିକ ନିଷ୍ପତି ଥିଲା ଜମ୍ମୁ କାଶ୍ମୀରରୁ ଧାରା 370 ଉଛେଦ କରିବା । ଧାରା 370 ଉଛେଦ କରି ସରକାର ବିଜେପିର ଜନ୍ମଦାତା ଜନସଂଘର ସର୍ବବୃହତ ସ୍ବପ୍ନକୁ ପୂରଣ କରିଛନ୍ତି । ବିଜେପିର ଜନ୍ମ ପରଠାରୁ 370 ଉଛେଦ ସବୁବେଳେ ଦଳର ପ୍ରାଥମିକତା ରହିଆସିଥିଲା । ଏଥିପାଇଁ ଦଳର ବହୁନେତା ବଳିଦାନ ମଧ୍ୟ ଦେଇଛନ୍ତି । ମୋଦିଙ୍କ ଦ୍ବିତୀୟ ପାଳିରେ ଘନିଷ୍ଠ ସହଯୋଗୀ ଅମିତ ଶାହା ଗୃହମନ୍ତ୍ରୀ ଦାୟିତ୍ବ ନେଇ ଧାରା 370 କୁ ଯେଉଁଭଳି ଭାବେ ଉଛେଦ କରି ଜମ୍ମୁ କାଶ୍ମୀରକୁ ଭାଗ କଲେ ସେଥିରେ ବିରୋଧୀଙ୍କ ମଧ୍ୟ ହୋସ ଉଡିଗଲା । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସରକାର ଯେଉଁଭଳି ଭାବେ ରଣନୀତି କରି ଅତି ସହଜରେ ଧାରା 370କୁ ଉଛେଦ କଲେ ରାଜ୍ୟସଭାରେ ବିରୋଧ ବିରୋଧୀ କରିବାକୁ ସୁଯୋଗ ପାଇନଥିଲେ ।
- ୟୁଏପିଏ ବିଲ
ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ୟୁଏପିଏ ବିଲ । ଆତଙ୍କବାଦ ଦମନ ପାଇଁ ‘ଆଇନ ବିରୋଧ କାର୍ଯ୍ୟକଳାପ ନିବାରଣ ସଂଶୋଧନ ବିଲ’ 2019କୁ ସରକାର ଲୋକସଭା ଓ ରାଜ୍ୟସଭାରେ ପାସ କରାଇଛନ୍ତି । ଏହି ଆଇନ ବଳରେ ସରକାର ଏବେ ଯେକୌଣସି ସଂଦିଗ୍ଧ ବ୍ୟକ୍ତି ବିଶେଷ ବା ଅନୁଷ୍ଠାନକୁ ଆତଙ୍କବାଦୀ ଘୋଷଣା କରିପାରିବେ । ଏହାସହ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ବ୍ୟାଜାପ୍ତ କରିପାରିବେ । ଯାହା ପୂର୍ବ ଆଇନରେ କେବଳ ଆତାଙ୍କବାଦ ନିରୋଧ ଆଇନରେ ଆତଙ୍କବାଦୀ ସଂଗଠନ କ୍ଷେତ୍ରରେ ଏହି ପ୍ରାବଧାନ ଥିଲା ।
- ତିନି ତଲାକକୁ ତଲାକ
ମୋଦି ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ‘ତିନି ତଲାକ’ ବିଲକୁ ଆଇନରେ ପରିଣତ କରିବାରେ ସଫଳ ହୋଇଛନ୍ତି । ଏହି ବିଲ ମୋଦିଙ୍କ ପ୍ରଥମ ପାଳିରେ ଆସିଥିଲେ ମଧ୍ୟ ରାଜ୍ୟସଭାରେ ଅଟକି ଯାଇଥିଲା । ବିଲ ଆଇନରେ ପରିଣତ କରିବା ପାଇଁ ବିଜେପି ନିର୍ବାଚନୀ ଘୋଷଣାପତ୍ରରେ ଉଲ୍ଲେଖ କରିଥିଲା । ମୋଦି ତାଙ୍କ ଦ୍ବିତୀୟ ପାଳିର ପ୍ରଥମ ଅଧିବେଶନରେ ହିଁ ଏହି ବିଲ ପୁନର୍ବାର ଆଣି ଉଭୟ ସଦନରେ ପାସ କରାଇବାରେ ସଫଳ ହୋଇଛନ୍ତି । ତମାମ ମୁସଲମାନ ସଂଗଠନଙ୍କ ସମେତ ବିରୋଧୀଙ୍କ ପ୍ରବଳ ବିରୋଧକୁ ଭ୍ରୁକ୍ଷେପ ନକରି ସରକାର ମୁସଲମାନ ସଂପ୍ରଦାୟର ମହିଳାଙ୍କୁ ନ୍ୟାୟ ଦେବାପାଇଁ ଏହି ଆଇନ ଆଣିଛନ୍ତି । ଯାହା ସରକାରଙ୍କ ପାଇଁ ବଡ ସଫଳତା ।
- ନାଗରିକତା ସଂଶୋଧନ ବିଲ
ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଲ ଥିଲା ସିଏବି । ଏହା ମଧ୍ୟ ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ସଦନରେ ପାରିତ କରି ସରକାର ବିରୋଧୀଙ୍କ ହୋସ ଉଡାଇଦେଇଛନ୍ତି । ଯାହାକୁ ନେଇ ବର୍ଷ 2019ର ଶେଷ ମାସରେ ସାରା ଦେଶରେ ବ୍ୟାପକ ଆନ୍ଦୋଳନ ଚାଲିଥିଲା ।
- ଏସପିଜି ସଂଶୋଧନ ବିଲ
ମୋଦି ସରକାରଙ୍କ ଆଉ ଏକ ଚର୍ଚ୍ଚିତ ବିଲ ଥିଲା ଏସପିଜି ଆଇନ ସଂଶୋଧନ ବିଲ । ଏହି ବିଲ ଆଣି ସରକାର ଯେମିତି ଗାନ୍ଧୀ ପରିବାରର ହାର୍ଟରେ ହିଁ ଆକ୍ରମଣ କରିଛନ୍ତି । ଏହି ବିଲକୁ ମଧ୍ୟ ବିରୋଧୀ କଂଗ୍ରେସ ଜୋରଦାର ବିରୋଧ କରିଥିଲା । କିନ୍ତୁ ସରକାର ବିଲ ପାସ କରାଇବାରେ ସଫଳ ହେଲେ । ଆଇନ ସଂଶୋଧନ ପରେ ଏବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ(ଏସପିଜି) ସୁରକ୍ଷା କେବଳ ପ୍ରଧାନମନ୍ତ୍ରୀଙ୍କୁ ମିଳିବ ।
- ସୂଚନା ଅଧିକାର ସଂଶୋଧନ ବିଲ
ସୂଚନା ଅଧିକାର ସଂଶୋଧନ ବିଲକୁ ମଧ୍ୟ ସରକାର ପାସ କରାଇଛନ୍ତି । ଏହି ବିଲ ଏବେ ଆଇନରେ ପରିଣତ ହୋଇସାରିଛି । 19 ଜୁଲାଇ 2019ରେ ଏହା ଲୋକସଭାରେ ଆଗତ ହୋଇଥିଲା ।
- ଶିଶୁ ଯୌନ ନିର୍ଯାତନା ସଂଶୋଧନ ବିଲ
ଏହି ସଂଶୋଧନ ବିଲରେ ଶିଶୁ ଯୌନ ନିର୍ଯାତନା ମାମଲାରେ ମୃତ୍ୟୁ ଦଣ୍ଡ ସହିତ ପୋକସୋ ଆକ୍ଟର ପ୍ରାବଧାନ କରାଯାଇଛି । ଏହି ସଂଶୋଧନ ବିଲକୁ ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ ଆଗତ କରିଥିଲେ । ଯାହା ଏବେ ଆଇନରେ ପରିଣତ ହୋଇଛି ।
- ମୋଟର ଯାନ ସଂଶୋଧନ ବିଲ
ଦେଶରେ ଦ୍ରୁତଗତିରେ ବଢୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର କୋଠର ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ନେଇ ସାରା ଦେଶରେ ବିବାଦ ଦେଖାଯିବ ସହ ସଂସଦରେ ବିରୋଧ ହୋଇଥିଲା । ହେଲେ ସରକାର ଯୁକ୍ତି ଥିଲା ଲୋକଙ୍କ ସୁରକ୍ଷା ପାଇଁ ଏହା ଅପରିହାର୍ଯ୍ୟ । ଏହି ବିଲ ମଧ୍ୟ 15ଜୁଲାଇ 2019ରେ ଲୋକସଭାରେ ଉପସ୍ଥାପନା କରିଥିଲେ ।
- ଜାତୀୟ ମେଡିକାଲ କମିଶନ ବିଲ
ଏହି ବିଲକୁ ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଧନ 27 ଜୁନ 2019ରେ ଲୋକସଭାରେ ଉପସ୍ଥାପନା କରିଥିଲେ । ସରକାର 1956 ପ୍ରାବଧାନର ନିୟମକୁ ସଂଶୋଧନ କରିଥିଲେ ।
- ଆଧାର ନିୟମ ସଂଶୋଧନ ବିଲ